ରାଜନୀତି

ମୁଖ୍ୟମନ୍ତ୍ରୀ ସ୍ବଚ୍ଛତାରେ ଶ୍ରେଷ୍ଠ କହି ପ୍ରଦୀପଙ୍କୁ ଜବାବ ଦେଲେ ରମେଶ – Utkal Mail



ଭୁବନେଶ୍ୱର: ସିଏମଓ ଅଫିସରେ ପାଞ୍ଚ ଜଣିଆ ଗ୍ୟାଙ୍ଗ ରହିଛନ୍ତି। ଏହିମାନେ ଦୁର୍ନୀତି କରୁଛନ୍ତି। ଏଭଳି କହି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହାପରେ ଗଂଜାମ ଜିଲ୍ଲା  ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁର୍ନୀତି କୁ ପ୍ରଶୟ ଦେଇ ନାହାନ୍ତି। ପ୍ରଦୀପ ନିଜ ଦଳୀୟ ପାଣ୍ଠିକୁ ସଠିକ ଭାବେ ବିନିଯୋଗ କରିନାହାନ୍ତି ବୋଲି ଚ୍ୟାଉ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡି ହେଉ କି ହେଉ ଅନ୍ୟ କେଉଁ ଦଳ। ଯିଏବି ଦୁର୍ନୀତିରେ ସଂପୃକ୍ତ ହୋଇଛି କାର୍ଯାନୁଷ୍ଠାନ ହୋଇଛି। ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ଲିପ୍ତ ରହି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଗୁଁ ପ୍ରଦୀପ ପାଣିଗ୍ରାହୀ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ସଭାପତି ହୋଇଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କଲେ ଲୋକେ ଗ୍ରହଣ କରିବେନାହିଁ।

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ ପାଣିଗ୍ରାହୀ ଯେଉଁ ଦଳରେ ବି ଯୋଗ ଦିଅନ୍ତୁ ସେ ନେଇ ବିଜେଡି ଆଦୌ ଭୟଭୀତ ନୁହେଁ। ବିଜେପି ନେତାଙ୍କ ସହ ପ୍ରଦୀପ ଯୋଗାଯୋଗରେ ଅଛନ୍ତି। ତାଙ୍କ ସହ ବସାଉଠା କରୁଛନ୍ତି। କିନ୍ତୁ ପ୍ରଦୀପଙ୍କ ବିରୋଧରେ ଯେତେବେଳେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଖବର ଆସିଥିଲା ସେତେବେଳେ ବିଜେପି ଓ କଂଗ୍ରେସ ହିଁ ତାଙ୍କୁ ସମାଲୋଚନା କରିଥିଲେ। ଏବେ କିନ୍ତୁ ସେହି ନେତାମାନେ ପ୍ରଦୀପଙ୍କ ସହ ବସଉଠ କରୁଛନ୍ତି। ତେଣୁ ଦଳ ଏହି ନେତାଙ୍କୁ ଗ୍ରହଣ ନ କରିବାକୁ ସତର୍କ କରାଇଛି ବୋଲି କହିଛି। ସେ ଲୋକଙ୍କ ପାଇଁ କାମ କରୁ ନାହାଁନ୍ତି ବୋଲି ରମେଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅକ୍ଚୋବର 31ରେ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଥିଲେ। ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଗୋପାଳପୁର ବିଧାୟକ ତାଙ୍କ ପାଖରେ ବସିଥିବାରୁ ଏବେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢିଛି। ଜିଲ୍ଲାରେ ସୂର୍ଯ୍ୟ ପାତ୍ରଙ୍କ ଭଳି ଭେଟେରାନ ନେତାଙ୍କ ବିୟୋଗ ହେବା, ପ୍ରଦୀପ ପାଣିଗ୍ରାହୀ ବିଜେଡିର ବିରୋଧୀ ସାଜିବା ଜିଲ୍ଲା ବିଜେଡିର ଚିନ୍ତା ବଢାଇଥିବା କୁହାଯାଉଛି। ଏପରି ସ୍ଥିତିରେ ବିଜେପି ପ୍ରଦୀପଙ୍କୁ କୋଳେଇ ନେଇ ବିଜେଡି ଗଡରେ ସଫଳ ହେବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button