ଦେଶ ବିଦେଶ

ବିମାନ ଦୁର୍ଘଟଣା, ୨ ଭାରତୀୟ ଟ୍ରେନି ପାଇଲଟ ମୃତ – Utkal Mail


ବିମାନ ଦୁର୍ଘଟଣାରେ ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ ଜୀବନ ଚାଲିଯାଇଛି । ଏହି ଦୁଇ ପାଇଲଟ ମୁମ୍ବାଇର ବୋଲି ଜଣାପଡିଛି । ଘଟଣା କାନାଡାର ବ୍ରିଟିଶ କଲମ୍ବିଆରେ ଘଟିଛି ।

କାନାଡାର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣଙ୍କ ମଧ୍ୟରେ ୨ ଭାରତୀୟ ଟ୍ରେନି ପାଇଲଟ ରହିଛନ୍ତି । ପାଇଲଟ ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡେ ମୁମ୍ବାଇର ବୋଲି ଜଣାପଡିଛି । କାନାଡା ପୋଲିସ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ଦୁଇଟି ଇଂଜିନି ଥିବା ହାଲୁକା ବିମାନ ପାଇପର ପିଏ-୩୪ ସେନେକା ଚିଲିବ୍ୟାକ୍‌ ସହର ନକଟରେ ଥିବା ଏକ ଜଙ୍ଗଲରେ ଗଛ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button