ଏବେ ବି କମାଲ କରୁଛି ‘ଯବାନ’, ବକ୍ସ ଅଫିସ ଆୟ କରିବ ଆଶ୍ଚର୍ଯ୍ୟ – Utkal Mail
ମୁମ୍ବାଇ: ରିଲିଜକୁ ମାସେ ବିତିସାରିଥିଲେ ବି ବକ୍ସ ଅଫିସରେ କମାଲ କରୁଛି ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’। ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଆଜି ଫିଲ୍ମ ରିଲିଜକୁ ମାସେ ବିତିଥିବା ବେଳେ ଏବେ ବି ବକ୍ସ ଅଫିସରେ ଫିଲ୍ମଟି ଆୟ କରୁଥିବା କୁହାଯାଉଛି। ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇଲେ ଏବେ ଫିଲ୍ମଟି ୧୧୦୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି।
Jawan
Making & breaking box office records every day!
Book your tickets now!
Watch #Jawan in cinemas – in Hindi, Tamil & Telugu. pic.twitter.com/JCdsrHFp6r
— Red Chillies Entertainment (@RedChilliesEnt) October 6, 2023
ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି। ପୋଷ୍ଟ ମୁତାବକ, ଫିଲ୍ମଟି ୧୧୦୩କୋଟି ଆୟ କରିସାରିଛି। ‘ଯବାନ’ ପରେ ଅନେକ ଫିଲ୍ମ ରିଲିଜ୍ ହୋଇଥିଲେ ବି ଏହା ‘ଯବାନ’ର କ୍ରେଜ କମ୍ କରିପାରିନାହିଁ। ଏହାପୂର୍ବରୁ ‘ପଠାନ୍’ ବି ବିଶ୍ବସ୍ତରୀୟ ୧୦୦୦ କୋଟି ଟଙ୍କାର ବେପାର କରିଥିଲା। ହେଲେ ‘ପଠାନ’କୁ ୧୦୦୦ କୋଟି ଟଙ୍କା ଆୟ କରିବାକୁ ୨୭ ଦିନ ଲାଗି ଯାଇଥିଲା। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ଯବାନ’ ଆଗରେ ରହିଛି।