ଦେଶ ବିଦେଶ

ବିନାଶ କରୁଛି କାଜିରଙ୍ଗା, ମଣିଷଙ୍କ ସହ ନେଇ ଚାଲିଛି ବନ୍ୟ ଜୀବଜନ୍ତୁଙ୍କ ଜୀବନ

ଆସାମରେ ବନ୍ୟାସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ଆସାମର ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାଣ ମାନଙ୍କ ଜୀବନ ହେଉଯାଉଛି । ବନ୍ୟାରେ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମାନେ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମରିଗଲେଣି।

ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଆସାମରେ ବନ୍ୟା ଯୋଗୁଁ ଆଉ ୬ଜଣଙ୍କର ମୃତ୍ୟୁ ହୋଇଛି, ମୋଟ ମୃତ୍ୟୁ ସଂଖ୍ୟା ୭୨ କୁ ପହଞ୍ଚିଛି। ୨୮ ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ଲୋକ ଏବେ ମଧ୍ୟ ରାଜ୍ୟରେ ବନ୍ୟା ପ୍ରଭାବିତ ହୋଇଛନ୍ତି।

ଏହାସହ ୯୮ ବନ୍ୟଜନ୍ତୁ ପାଣି ବୁଡି ମରିଥିବାବେଳେ ୧୭ ବନ୍ୟ ଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୨୫ ବନ୍ୟ ଜନ୍ତୁ ଚିକିତ୍ସାଧୀନ ଅଛନ୍ତି। ପାଖାପାଖି ପ୍ରାୟ ୯୬ ବନ୍ୟ ଜନ୍ତୁଙ୍କୁ ବନ୍ୟାଜଳରୁ ଉଦ୍ଧାର କରାଯାଇଛି। ସେପଟେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ବର୍ତ୍ତମାନେ ସୁଦ୍ଧାରେ ବନ୍ୟାରେ ୭୮ ଲୋକଙ୍କର ମୃତ୍ୟୁ ହେଲାଣି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସର୍ବାଧିକ ପ୍ରଭାବିତ ହୋଇ ଧୂବ୍ରି। ରାଜ୍ୟରେ ମୋଟ୍ ୨୬୯ରିଲିଫ୍ ଶିବିରରେ ୫୩ ହଜାର ୬୮୯ ଲୋକ ଆଶ୍ରୟ ନେଉଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button