ମାତ୍ର 5 ମିନିଟରେ ଘରୁ ମଶା ଘଉଡାଇବାର ଜବରଦସ୍ତ ଉପାୟ, ଥରେ ପ୍ରୟୋଗ କରି ଦେଖନ୍ତୁ ମଶା ଆପଣଙ୍କ ଦ୍ଵାର ମାଡିବେନି
ମଶା କାମୁଡିଲେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଭୟଙ୍କର ରୋଗ ସବୁ ହୋଇଥାଏ । ତେଣୁ ମଶାଙ୍କୁ ଯଥାସମ୍ଭବ ଦୂରେଇ ରଖିବା ପାଇଁ ଆମେ ଚେଷ୍ଟା କରିଥାଉ ଓ ଏଥିପାଇଁ ଅନେକ ଉପାୟ ମଧ୍ୟ କରିଥାଉ । ବଜାରରେ ମିଳୁଥିବା କେମିକାଲ ଯୁକ୍ତ ମଶାବତୀ ଗୁଡିକ ଆମ ଶରୀର ପାଇଁ କ୍ଷତିକାରକ ଅଟନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ସଂପୂର୍ଣ୍ଣ ଘରୋଇ ଉପାଯରେ ପ୍ରସ୍ତୁତ ଏକ ମଶା ଘଉଡାଇବା ଉପଚାର ନେଇ ଆସିଛୁ, ଯାହାର ପ୍ରୟୋଗ କରି ଆପଣ ସହଜରେ ଘରୁ ମଶା ଘଉଡାଇ ପାରିବେ ।
ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ନିମ୍ବ ପତ୍ର । ଏହା ଆପଣଙ୍କ ବାଡି ବଗିଚାରେ ସହଜରେ ମିଳିଯିବ । ନିମ୍ବ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଏହାକୁ ପୁରାତନ କାଳରୁ ବିଭିନ୍ନ ଶାରୀରିକ ସମସ୍ଯା ଠିକ କରିବା ପାଇଁ ବ୍ୟବହାର କରା ଯାଇଥାଏ । ଏହା ମଶା ଘଉଡାଇବା ପାଇଁ ମଧ୍ୟ ବେଶ ଉପଯୋଗୀ । ପ୍ରଥମେ କିଛି ନିମ୍ବ ପତ୍ର ନେଇ ଆଣି ଭଲ ଭାବେ ଧୋଇ ଦିଅନ୍ତୁ ଓ ଶୁଖିଯିବା ପରେ ଡେମ୍ଫରୁ ଏହାର ପତ୍ରକୁ ଅଲଗା କରି ଦିଅନ୍ତୁ ।
ଯଦି ଆପଣଙ୍କ ପାଖେ ଏହି ତେଲ ନାହିଁ ତେବେ ଆପଣ ନଡିଆ କିମ୍ବା ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏକ ପାତ୍ରରେ କିଛି ତେଲ ନେଇ ଏହାକୁ ଗରମ କରନ୍ତୁ ଓ ଗରମ ହେବା ପରେ ସେଥିରେ ଗୁଣ୍ଡ କରି ରଖିଥିବା ନିମ୍ବ ପତ୍ରକୁ ପକାଇ ଭଲଭାବେ ଫୁଟାନ୍ତୁ । ଯେପରି ନିମ୍ବ ପତ୍ରର ସମସ୍ତ ପୋଷକତତ୍ତ୍ଵ ସେହି ତେଲରେ ଆସିଯିବ । ଏହାପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ପରେ ଏକ ପାତ୍ରକୁ ଛାଣି ଦିଅନ୍ତୁ ।
ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ଆଳତୀ କର୍ପୁର । ଏହି କର୍ପୁରକୁ ଛେଚି ଭଲଭାବେ ଗୁଣ୍ଡ କରି ଦିଅନ୍ତୁ ଓ ପ୍ରସ୍ତୁତ ତେଲରେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଶା ମଶା ଘଉଡାଇବା ପାଇଁ ଆପଣଙ୍କର ଘରୋଇ ଔଷଧ । ଏକ ଛୋଟ କାଚ ବୋତଲ ନିଅନ୍ତୁ ଯେମିତି ଏହାକୁ ଡିବିରି ପରି ବ୍ୟବହାର କରିପାରିବେ ।
ଏହାର ଠିପିର ଉପର ପଟେ ଏକ କଣା କରି ଦିଅନ୍ତୁ ଓ ପୁରୁଣା କପଡାରେ ଏକ ବଳିତା ପ୍ରସ୍ତୁତ କରି ସେଥିରେ ଲଗାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ମଶା ଘଉଡାଇବା ତେଲକୁ ସେହି ବୋତଲରେ ରଖି ଡିବିରି ପରି ଜଳାନ୍ତୁ ଦେଖିବେ ମାତ୍ର ୫ମିନିଟ ମଧ୍ୟରେ ଘରୁ ସମସ୍ତ ମଶା ପଳାଇବେ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର