ଦେଶ ବିଦେଶ

ପତ୍ନୀଙ୍କୁ ନେଇ ସିଦ୍ଧୁଙ୍କ ଆବେଗଭରା ପୋଷ୍ଟ୍‌ – Utkal Mail


କର୍କଟ ପରି ଭୟଙ୍କର ରୋଗକୁ ହରାଇ ଯୁବବର୍ଗର ଆଦର୍ଶ ପାଲଟିଥିବା ଯୁବରାଜ ସିଂହ, ସୋନାଲି ବେନ୍ଦ୍ରେ ପ୍ରମୁଖଙ୍କ ତାଲିକାରେ ନିଜ ନାମ ଯୋଡ଼ିବାକୁ ଯାଉଛନ୍ତି ଆଉ ଜଣେ ଜଣାଶୁଣା ମହିଳା। ସେ ହେଉଛନ୍ତି ନଭଜୋତ୍‌ ସିଂହ ସିଦ୍ଧୁଙ୍କ ପତ୍ନୀ ଡ. ନଭଜୋତ୍‌ କୌର। ଡ. କୌରଙ୍କର ଏକ ପଗଡ଼ିପିନ୍ଧା ଫଟୋକୁ ନିଜେ ସିଦ୍ଧୁ ପୋଷ୍ଟ କରି ଲେଖିଛନ୍ତି, ‘‘ଯେ ଯାଏ ମୁଣ୍ଡରେ ଚୁଟି ନ ଫେରିଛି ସେ ଯାଏ ସେ ପଗଡ଼ି ପିନ୍ଧିବେ। ଶିଖ୍‌ଙ୍କର ଗର୍ବ।’’ ତା’ପରେ ଛୁଟିଛି ସମବେଦନାର ସୁଅ। ପ୍ରାୟ ପ୍ରତିଟି ପ୍ରତିକ୍ରିୟାରେ ଡ. କୌରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ଜଣେ ଲେଖିଛନ୍ତି, ‘‘ମାଡାମ୍‌! କପିଳ ଶର୍ମ୍ମାଙ୍କ କମେଡି ସୋ’ରେ ଆପଣଙ୍କୁ ପ୍ରଥମ ଥର ଦେଖିବା ଦିନଠୁ ଆପଣ ଯେ ଜଣେ ଅତ୍ୟନ୍ତ ଆକର୍ଷଣୀୟା ବଳିଷ୍ଠ ବ୍ୟକ୍ତିତ୍ବ, ତା’ର ସୁରାକ୍ ପାଇଥିଲି। ଆପଣ ଶୀଘ୍ର ଭଲ ହୋଇଯିବା ଆମେ ସମସ୍ତେ ଚାହୁ।’’ ଏବେ ବି ଏ ଦୁନିଆରେ ମଣିଷପଣିଆ ବଞ୍ଚିଛି -ଏହାର ପ୍ରମାଣ ହେଲା ସିଦ୍ଧୁଙ୍କର ଏହି ପୋଷ୍ଟଟି।

ଏମିତିରେ ତାଙ୍କ ପରି ବିବାଦୀୟ ବ୍ୟକ୍ତିତ୍ବଙ୍କୁ ଟ୍ରୋଲ୍‌ ହେବା ଏକ ସାଧାରଣ କଥା ହୋଇଆସିଛି। ଏହି ପୋଷ୍ଟଟିରେ କିନ୍ତୁ ଗୋଟିଏ ବି ନକାରାତ୍ମକ ମତମନ୍ତବ୍ୟ ନାହିଁ। ତେବେ ଗୋଟିଏ ପ୍ରତିକ୍ରିୟା କିନ୍ତୁ ଏହି ପୋଷ୍ଟଟିକୁ ସମ୍ପୂର୍ଣ୍ଣ ନିର୍ବିବାଦୀୟ ହେବାର ଗୌରବରୁ ବଞ୍ଚିତ କରିଛି। ଜଣେ ବିଜେପି ସମର୍ଥକ YogeshTyagi@YogeshT15819237 ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ରାଜନୀତି ପୂରାଇବାରୁ ନିଜକୁ ଦୂରରେ ରଖିପାରିନାହାନ୍ତି। ଲେଖିଛନ୍ତି, ‘‘ଆପଣଙ୍କ ମାଡାମ ଶୀଘ୍ର ଭଲ ହୋଇଯାନ୍ତୁ। ଅତୀତରେ ଆପଣଙ୍କ ସୁକର୍ମର ଫଳ ଆଗକୁ ନିଶ୍ଚୟ ମିଳିବ। ଆପଣ ଭଲ ଲୋକ। କିନ୍ତୁ ଆପଣଙ୍କୁ ଗୋଟିଏ ଅନୁରୋଧ। ଦୟାକରି କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ସମର୍ଥନ କରନ୍ତୁନି। ସେମାନେ ଦେଶ ପାଇଁ ଭଲ ନୁହନ୍ତି ବୋଲି ଆପଣ ବୁଝିପାରୁନାହାନ୍ତି କିପରି? ଯଥାଶୀଘ୍ର ନିଜର ପୁରୁଣା ଦଳକୁ ଫେରିଆସନ୍ତୁ।’’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button