ଦେଶ ବିଦେଶ

ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦୀ, ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ

ବାଲି: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ। ମୋଦୀ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ ‌।

ଏଥର ଜି-୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଖାଦ୍ୟ ସୁରକ୍ଷା’।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଅଧିବେଶନରେ ଅଂଶଗ୍ରହଣ କରିଥିଲେ।

ଅଧିବେଶନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “କୋଭିଡ ପରେ ଏକ ନୂଆ ବିଶ୍ୱ ଶୃଙ୍ଖଳା ସୃଷ୍ଟି କରିବାର ଦାୟିତ୍ୱ ଆମ ଉପରେ ରହିଛି। ବର୍ତ୍ତମାନ ସମୟରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ଆମକୁ ସଂକଳ୍ପବଦ୍ଧ ହେବା ଆବଶ୍ୟକତା ରହିଛି । ”

ଖାଦ୍ୟ ଯୋଗାଣ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିରନ୍ତର ଖାଦ୍ୟ ନିରାପତ୍ତା ପାଇଁ ଭାରତରେ ଆମେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରୁଛୁ। ମାଣ୍ଡିଆ ପରି ପୁଷ୍ଟିକର ଏବଂ ପାରମ୍ପାରିକ ଶସ୍ୟକୁ ପୁନଃ ଲୋକପ୍ରିୟ କରୁଛୁ | ଏପରି ଶସ୍ୟ ବିଶ୍ବର ପୁଷ୍ଟିହୀନତା ଏବଂ କ୍ଷୁଧା ସମସ୍ୟାର ମଧ୍ୟ ସମାଧାନ କରିପାରିବ ବୋଲି ସେ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button