ଦେଶ ବିଦେଶ

ଇଂରାଜୀ ପ୍ରଫେସର୍‌ଙ୍କ କାର୍‌ ଧକ୍କାରେ ମହାରାଣୀ କଲେଜର ଦୁଇ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଆହତ – Utkal Mail


ବେଙ୍ଗାଲୁରୁ: ଶନିବାର ସକାଳେ ବେଙ୍ଗାଲୁରୁସ୍ଥିତ ମହରାଣୀ କଲେଜ ପରିସରରେ ଜଣେ ଇଂରାଜୀ ପ୍ରଫେସର୍‌ଙ୍କ ଦ୍ରୁତଗାମୀ କାର୍‌ ଧକ୍କାରେ ଜଣେ ଦୁଇଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରୀମାନେ ହେଲେ ବି. କମ୍‌ ପ୍ରଥମ ବାର୍ଷିକୀରେ ପଢୁଥିବା ୧୯ ବର୍ଷୀୟ ଅଶ୍ବିନୀ ଓ ନନ୍ଦପ୍ରିୟା ଏବଂ ସଙ୍ଗୀତ ଶିକ୍ଷୟିତ୍ରୀ ଜ୍ୟୋତି।

ପ୍ରାପ୍ତ ସୂଚନା ଅନୁସାରେ, ଇଂରାଜୀ ପ୍ରଫେସର୍‌ ନାଗରାଜ ପାର୍କିଙ୍ଗ୍‌ସ୍ଥଳରେ ତାଙ୍କ କାର୍‌ ରଖୁଥିବା ବ‌େଳେ ଏହି ଦୁର୍ଘଟଣା ଘଟିଛି। କାର୍‌ ପଛକୁ ଚଲାଉଥିବା ବେଳେ ସେ ବ୍ରେକ୍‌ ମାରିବା ପରିବର୍ତ୍ତେ ଏକ୍ସିଲେରେଟର୍‌ ଚାପି ଦେଇଥିଲେ। ଫଳରେ ସେଠାରେ ଥିବା ଆଉ ଗୋଟାଏ କାର୍‌ ସହିତ ଧକ୍କା ଖାଇ ସେବାଟେ ଚାଲି ଚାଲି ଯାଉଥିବା ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତାଙ୍କ କାର୍‌ ଧକ୍କା ଦେଇଥିଲା।

Image Courtesy of Vartha Bharati

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପ୍ରଫେସର୍‌ ନାଗରାଜ ଅଟୋମେଟିକ୍‌ କାର୍‌ ଚଳାଉଥିଲେ। କାର୍‌ ପାର୍କିଙ୍ଗ୍‌ କରିବା ବେଳେ ସେ ବ୍ରେକ୍‌ ନ ମାରି ଏକ୍ସିଲେରେଟର୍‌ ଚାପି ଦେଇଥିବା ଭଳି ମନେ ହେଉଛି।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ଛାତ୍ରୀ ଅଶ୍ବିନୀଙ୍କୁ ସେଣ୍ଟ୍‌ ମର୍ଥାସ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ସେ ନିଜେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ବେପରୁଆ ଗାଡ଼ି ଚାଳନା ପାଇଁ ତାଙ୍କୁ ଗିରଫ କରାଯାଇ ଜାମିନରେ ଛାଡ଼ିଦିଆଯାଇଛି। କିନ୍ତୁ, ତାଙ୍କ ନାମରେ ମାମଲା ରୁଜୁ କରାଯାଇ କାର୍‌ଟିକୁ ଜବତ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button