ଓଡିଶା

ଶ୍ରୀମନ୍ଦିରରେ କାନ ନାକ ଉଦ୍ଧାର ସହିତ ଯଜ୍ଞ ରକ୍ଷା ନୀତି ପାଳିତ

ଶ୍ରୀରାମ ଲୀଳା ଅବସର ରେ ଶ୍ରୀମନ୍ଦିର ରେ ଗତକାଲି କାନ ନାକ ଉଦ୍ଧାର ସହିତ ଯଜ୍ଞ ରକ୍ଷା ନୀତି ସମ୍ପର୍ଣ୍ଣ ହୋଇଛି। ଶ୍ରୀଜୀଉଙ୍କ ଚଳନ୍ତି ବିଗ୍ରହ ରାମ ଲକ୍ଷ୍ମଣ ଜଗନ୍ନାଥ ବଲ୍ଲଭ ମଠ ଠାରେ ଏହି ଲୀଳା ସମ୍ପର୍ଣ୍ଣ କରିଥିଲେ।

ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ସରିବା ପରେ ବିଜେ ପ୍ରତିମା ଜଗନ୍ନାଥ ବଲ୍ଲଭ ମଠ କୁ ବିଜେ କରି ଥିଲେ। ହରଚଣ୍ଡି ସାହି ଆଖେଡା ତରଫରୁ ଯଜ୍ଞ ରକ୍ଷା ନୀତି ପାଇଁ ସାହିଯାତ ବାହାରିଥିଲା। ଜଗନ୍ନାଥ ବଲ୍ଲଭ ରେ ଠାକୁର ପହଁଚିବା ପରେ ପ୍ରସ୍ତାବ ଅଭିନୟ ହୋଇଥିଲା। ପ୍ରଭୁ ଅସୁର ଙ୍କ ବଦ୍ଧ କରି ଋଷିଗଣ ଙ୍କ ଯଜ୍ଞ କୁ ସୁରକ୍ଷା ଦେଇଥିଲେ।

ସେପଟେ ହରଚଣ୍ଡି ସାହିରୁ ନୀତି ସମାପନ ପାଇଁ ମହର୍ଷି ବିଶ୍ଵାମିତ୍ର ଙ୍କ ସହ ରାମ , ଲକ୍ଷ୍ମଣ ବେଶ ଧାରୀ ଓ କାନ ନାକ ଅସୁର ବାହାରି ନୀତି ରେ ସାମିଲ ହୋଇଥିଲେ।

ଆଜି ଯଜ୍ଞ ରକ୍ଷା ସହ କାନ ନାକ ଙ୍କୁ ମଧ୍ୟ ଉଦ୍ଧାର ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ କରିଥିଲେ। ଏହାପରେ ଶୀତଳ ଭୋଗ ବଢି ଠାକୁରେ ଶ୍ରୀମନ୍ଦିର କୁ ବାହୁଡା ବିଯେ କରି ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button