ସ୍ୱାସ୍ଥ୍ୟ

ହାର୍ଟ ସମସ୍ୟା କେବେ ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, କେବେବି ହେବନି ହାର୍ଟ ଷ୍ଟ୍ରୋକ

ବର୍ତ୍ତମାନର ସମୟରେ ଆଧୁନିକତାର ନାଁରେ ମଣିଷ ଯେପରି କେବଳ ନୂଆ ନୂଆ ରୋଗକୁ ନିମନ୍ତ୍ରଣ କରିବା ପରି ଲାଗୁଛି। ଆଜିର ସମୟରେ ହାର୍ଟ ଷ୍ଟ୍ରୋକ , ମଧୁମେହ, ଉଚ୍ଚ ରକ୍ତଚାପ ଓ ଉଚ୍ଚ କୋଲୋଷ୍ଟ୍ରୋଲର ପରିମାଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଘରେ ଆପଣଙ୍କୁ ଏବେ ଗୋଟିଏ କିମ୍ବା ଦୂଇଟି ରୋଗୀ ନିଶ୍ଚୟ ଦେଖିବାକୁ ମିଳିବେ।

ଫଗୁ

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି କାମ କରିବା ଏବଂ ଆଧୁନିକ ଜୀବନ ଶୈଳୀ ଯୋଗୁଁ ଏପରି ସବୁ ରୋଗର ଶିକାର ହେଉଛନ୍ତି ଲୋକେ। ଦେଖିବାକୁ ଗଲେ ଆଜିକାର ଅନିୟମିତ ଜୀବନ ଶୈଳୀ, ଖାଦ୍ୟ ପେୟରେ ବିଶୃଙ୍ଖଳା ମଧ୍ୟ ଏକ ପ୍ରମୁଖ କାରଣ ଅଟେ।

ତେବେ ଆପଣ ଯଦି ଏପରି ରୋଗ ଗୁଡ଼ିକ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଏବଂ ଯଦି ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛନ୍ତି ତେବେ ଆପଣେଇ ନିଅନ୍ତୁ ଏହି କିଛି ପଦ୍ଧତି।

Heart

ଡ଼ାଏଟ୍ ଏବଂ ବ୍ୟାୟାମ : ଅଧିକ ବ୍ୟତିବ୍ୟସ୍ତ ନ ହୋଇ ଅତି ସରଳ ଭାବେ ନିଜର ଡ଼ାଏଟ ର ଏକ ଚାର୍ଟ ପ୍ରସ୍ତୁତ କରନ୍ତୁ। ଏବଂ ଯେତେ ଦୂର ସମ୍ଭବ ଘରୋଇ ଖାଦ୍ୟ ଖାଆନ୍ତୁ। ଠିକ୍ ମାତ୍ରାରେ ପାଣି ପିଅନ୍ତୁ ଓ ଉଚିତ୍ ସମୟରେ ବ୍ୟାୟାମ କରନ୍ତୁ।

ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ୍ : ସମୟେ ସମୟେ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଜର ବିଭିନ୍ନ ପ୍ରକାର ପରୀକ୍ଷା କରାଇ ନିଅନ୍ତୁ। ଯେପରିକି ମଧୁମେହ, ରକଚାପ ଇତ୍ୟାଦି। ଏହା କରିବା ଦ୍ୱାରା ଆପଣ ଏକ ବଡ ରୋଗରୁ ବଞ୍ଚିତ ହୋଇ ପାରିବେ।

ମାନସିକ ଚାପ : ମାନସିକ ଚାପ ହେଉଛି ବର୍ତ୍ତମାନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଯେତେ ଦୂର ସମ୍ଭବ ଏହା ଠାରୁ ଦୂରେଇ ରହନ୍ତୁ। ନିଜର ପରିବାର ଲୋକଙ୍କ ସହ ଅଧିକ ସମୟ ବିତାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button