ସ୍ୱାସ୍ଥ୍ୟ

ଶାରୀରିକ ସମ୍ପର୍କ ରଖିବା ପାଇଁ କାହିଁକି ସଙ୍କୋଚ କରନ୍ତି ମହିଳା? ଏହା ପଛରେ ରହିଛି ବଡ଼ କାରଣ

ଆଜିକାଲିର କପଲ୍ସ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଯୌନ ସମସ୍ୟା ଦେଖା ଦେଉଛି। ସାଧାରଣତଃ ପୁରୁଷ ମାନଙ୍କ ଠାରୁ ମହିଳାମାନଙ୍କର ଯୌନ ସମ୍ପର୍କ ଆଡକୁ ଇଚ୍ଛା କମିବାରେ ଲାଗିଛି। ମହିଳାମାନଙ୍କ ଠାରେ କାମ ଇଚ୍ଛାର ଅଭାବ ବିଭିନ୍ନ କାରଣ ହେତୁ ଦେଖା ଦେଇପାରେ। ଏହି ସମସ୍ୟାକୁ ହାଇପୋଏକ୍ଟିଭ୍ ଡିଜାୟର ଡିସଅର୍ଡର (HSDD) ବୋଲି କୁହାଯାଇଥାଏ।

କାମଇଚ୍ଛାର ଅଭାବ ବିଭିନ୍ନ କାରଣ ହେତୁ ହୋଇପାରେ। ସେଥିମଧ୍ୟରୁ:- 

୧. ଶରୀରରେ ହରମୋନ୍ ପରିବର୍ତ୍ତନ

୨. ବୟସ ବୃଦ୍ଧି ହେତୁ ସେକ୍ସୁଆଲ ହରମୋନର ହ୍ରାସ

୩. ଗର୍ଭଧାରଣ ଓ ସ୍ତନ୍ୟପାନର କାରଣ

୪. ଋତୁସ୍ରାବ

୫. ଟେନସନ

୬. ସାଥୀ ସହିତ ସମସ୍ୟା

୭. ଯୌନ ଆଘାତ

ଇତ୍ୟାଦି କାରଣ ହୋଇପାରେ। ତେବେ, ସେକ୍ସ ପ୍ରତି ଆଗ୍ରହ କମିବାର ପ୍ରକୃତ କାରଣ ଜାଣିପାରିଲେ ହିଁ ଏହାର ଚିକିତ୍ସା ସମ୍ଭବ ଅଟେ। ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ କିଛି ଟିପ୍ସ:-

୧. ଆପଣ ଯଦି ନିଜ ଜୀବନରେ ଅଧିକ ଚାପ ନେଉଛନ୍ତି ତେବେ, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କ ଯୌନ ଜୀବନରେ ସୁଧାର ଆଣିପାରିବ।

Stress

୨. ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ସୁନ୍ଦର ଶରୀର ପାଇବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ। ଏହା ଯୌନ ସମ୍ବନ୍ଧ ପାଇଁ ଆବଶ୍ୟକ ହରମୋନ୍ ବୃଦ୍ଧିରେ ମଧ୍ୟ ସହାୟତା କରିବ।

୩. ନିଜ ସାଥୀଙ୍କ ସହିତ ଉତ୍ତମ ସମ୍ପର୍କ ବଜାୟ ରଖନ୍ତୁ। ସେକ୍ସ ପ୍ରତି ଥିବା ଆପଣଙ୍କ ଇଚ୍ଛା ଏବଂ ଆଶାକୁ ନେଇ ଖୋଲାଖୋଲି ଭାବରେ ବାର୍ତ୍ତାଳାପ କରନ୍ତୁ।

Pain

୪. ଧୂମ୍ରପାନ, ମଦ୍ୟପାନ ଭଳି ନିଶାସେବନ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। କୌଣସି ସମସ୍ୟା ଥିଲେ ତୁରନ୍ତ ନିକଟସ୍ଥ ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button