ପୁଣି ସାମନ୍ଥାଙ୍କ ପ୍ରେମରେ ପଡ଼ିଲେଣି କି ନାଗା? ଇନଷ୍ଟା ଫଟୋ ଦେଲା ସଙ୍କେତ – Utkal Mail
ନୂଆଦିଲ୍ଲୀ: ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ ପ୍ୟାଚଅପ କରିଥିବା ଚର୍ଚ୍ଚା ହେଉଛି ।
କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଯେ, ଛାଡ଼ପତ୍ର ପରେ ଇନଷ୍ଟାରେ ନାଗାଙ୍କ ସହ ସେୟାର କରିଥିବା ଫଟୋକୁ ‘ଆରକାଇଭଡ୍’ କରି ଦେଇଥିବା ସାମନ୍ଥା ‘ଅନଆରକାଇଭଡ୍’ କରିଦେଇଥିଲେ । ଏବେ ନାଗା, ସାମନ୍ଥାଙ୍କ ପୋଷା କୁକୁର ସହ ସମୟ କାଟୁଥିବା ଦେଖିବାକୁ ମିଳିଛି।
ନିକଟରେ ନାଗା ଚୈତନ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସାମନ୍ଥାଙ୍କ କୁକୁର ହ୍ୟାଶ ତାଙ୍କ ସହ ନଜର ଆସିଛନ୍ତି, ଯିଏ କାର ବାହାରକୁ ଅନାଇ ସୁନ୍ଦର ଦୃଶ୍ୟ ଉପଭୋଗ କରୁଛନ୍ତି । ନାଗା ଏହି ଫଟୋ ସେୟାର କରିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସାମନ୍ଥା ଓ ନାଗାଙ୍କ ମଧ୍ୟରେ ପୁଣି ଥରେ ଭଲପାଇବା ଆରମ୍ଭ ହୋଇଛି। ଏଭଳି ସନ୍ଦେହ କରି ଦୁହିଁଙ୍କୁ ପୁଣି ଥରେ ଏକାଠି ହେବାକୁ ପରାମର୍ଶ ଦେଇଛନ୍ତି ଦୁହିଁଙ୍କ ପ୍ରଶଂସକ ।