ନୀତି

‘ଟଙ୍କା ପାଇଁ ରାତିରେ ବି ଇ-ରିକ୍ସା ଚଲାଇ ଥାଏ’: ବିଧବା ମହିଳା – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ଅନେକ ଇ-ରିକ୍ସା ଚାଳକ ଅଛନ୍ତି। କିନ୍ତୁ ମହିଳା ଇ-ରିକ୍ସା ଚାଳକ ବହୁତ କମ ଅଛନ୍ତି। ଏହି ମହିଳା ଇ-ରିକ୍ସା ଚାଳକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନଜମା। ଯିଏକି ମୁରାଦାବାଦର ରାସ୍ତାରେ ଇ-ରିକ୍ସା ଚଲାଇ ଥାଆନ୍ତି। କାରଣ ଏଥିରୁ ସେ ଯାହାବି ଅର୍ଥ ରୋଜଗାର କରିବେ ସେଥିରେ ସେ ଆଗକୁ ଯାଇ ହଜ ଓ ଉମରା ପାଳନ କରି ପାରିବେ ବୋଲି କହିଛନ୍ତି ନଜମା।

ସୂଚନାଯୋଗ୍ୟ, ନଜମାଙ୍କ ସ୍ବାମୀଙ୍କ ୨୦୧୦ମସିହାରେ ମୃତ୍ୟୁ ହୋଇଯାଇଥିଲା। ଅର୍ଥ ରୋଜଗାରର କୌଣସି ବିକଳ୍ପ ନଥିଲା। କାରଣ ସ୍ବାମୀ ଯାହାବି ରୋଜଗାର କରି ଆଣୁଥିଲେ ତାହାକୁ ସେ ଘର ଖର୍ଚ୍ଚ‌ରେ ଲଗାଇ ଦେଉଥିଲେ। ତେଣୁ ସ୍ବାମୀଙ୍କ ମୃତ୍ୟୁ ପରେ ଅର୍ଥ ‌ପାଇଁ ନଜମାଙ୍କୁ ଘରୁ ପାଦ କାଢ଼ିବାକୁ ପଡ଼ିଥିଲା। ଆଉ ଇ-ରିକ୍ସା ଚଲାଇବାକୁ ସେ ସ୍ଥିର କରିଥିଲେ।

ନଜମା କହନ୍ତି, ‘ଦିନ ହେଉ କି ରାତି ଯେତେବେଳେ ବି ଭଡ଼ା ଆସେ ମୁଁ ଇ-ରିକ୍ସା ଚଲାଇଥାଏ। କାରଣ ଉତ୍ତରପ୍ରଦେଶ ସରକାର ଓ ଯୋଗୀ ସରକାରଙ୍କ ଉପରେ ମୋର ପୂରା ବିଶ୍ବାସ ରାହିଛି। ଯଦି ବି କେବେ କିଛି ଅସୁବିଧା ହୋଇଛି ପୁଲିସ ଭାଇମାନେ ମୋତେ ସଠିକ ସମୟରେ ସାହାଯ୍ୟ କରିଛନ୍ତି।

ମୁଁ ଗତ ୪ମାସ ହେବ ଇ-ରିକ୍ସା ଚଲାଇ ଆସୁଛି। ପ୍ରତିଦିନ ହିସ‌ାବରେ ମୁଁ ୪୦୦ଟଙ୍କା ରୋଜଗାର କରିଥାଏ। ପୁଅବି ଏକ ବିଲଡିଂରେ କାମ କରି ୪୦୦ରୁ ୫୦୦ଟଙ୍କା ରୋଜଗାର କରି ଦେଉଛି। ମା’ ପୁଅ ଦୁହେଁ ଅତି ଭଲରେ ନହେଲେ ବି ଖାଇ ପି ଦୁଇପଇସା ସଞ୍ଚୟ କରି ଚଳିଯାଉଛୁ।’

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button