ବ୍ୟବସାୟ

ବନ୍ଦେ ଭାରତ ଏକ୍ସପ୍ରେସରେ ଏଣିକି ମିଳିବ ଏସବୁ ସୁବିଧା – Utkal Mail


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ୨୦୨୩ରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଯେଉଁ ନୂଆ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି ସେଥିମଧ୍ୟରେ ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌, ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌, ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌,ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌,ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌,କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ,ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌,ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌,ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରହିଛି।

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ବୋଲି କୁହାଯାଉଛି।

ତେବେ ଏହି ଟ୍ରେନଗୁଡ଼ିକରେ ଯାତ୍ରୀଙ୍କ ମତାମତ ଆଧାରରେ ଟ୍ରେନର ରଙ୍ଗ ପରିବର୍ତ୍ତନ, ଯାତ୍ରୀ ଭଡ଼ା ଭଳି ୨୫ଟି ପରିବର୍ତ୍ତନ କରାଯାଉଛି ।  ଏହି ପରିବର୍ତ୍ତନ ମଧ୍ୟରେ ରହିଛି,  ଏଣିକି ଯାତ୍ରୀ ବସି ଯାତ୍ରା କରୁଥିବା ସିଟ ୧୭.୩୧ ଡିଗ୍ରି ପରିବର୍ତ୍ତେ ୧୯.୩୭ ଡିଗ୍ରି ପର୍ଯ୍ୟନ୍ତ ଢ଼ଳି ପାରିବ।

ସିଟର ଗଦିକୁ ଯାତ୍ରୀଙ୍କ ପାଇଁ ପୂର୍ବ ଅପେକ୍ଷା ଆହୁରି ନରମ କରାଯାଇଛି। ସେହିପରି ସିଟର ରଙ୍ଗ ଲାଲ ପରିବର୍ତ୍ତେ ନୀଳ ରଙ୍ଗ କରାଯାଇଛି। ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋବାଇଲ ଚାର୍ଜର ସିଟ ତଳେ ଦିଆଯାଇଛି। ଶୌଚାଳୟରେ ଗଭୀର ବେସିନ ଓ ପ୍ୟାନ ବି ଖଞ୍ଜା ଯାଇଛି। ଏଥିସହିତ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହୁଇଲ ଚେୟାରର ବି ବିଶେଷ ସୁବିଧା ଏଥିରେ ରଖାଯାଇଛି।

ଏତଦ ବ୍ୟତୀତ ଯାତ୍ରୀମାନେ ‌ଶୌଚାଳୟରେ କମ ଆଲୋକ ନେଇ ଅଭି‌ଯୋଗ କରିଥିଲେ। ଏଥିରେ ମଧ୍ୟ ସୁଧାର ଅଣାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button