କ୍ରାଇମ

ଦୁବାଇ ବେକେରୀରେ ପାକିସ୍ତାନୀଙ୍କ ଆକ୍ରମଣରେ ଦୁଇ ତେଲେଙ୍ଗାନା ବ୍ୟକ୍ତିଙ୍କ ଜୀବନ ଗଲା

ନୂଆଦିଲ୍ଳୀ: ଦୁବାଇର ଏକ ବେକେରୀରେ ଧାର୍ମିକ ସ୍ଲୋଗାନ ଦେଉଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ଦ୍ୱାରା ମଙ୍ଗଳବାର ଦିନ ଦୁଇଜଣ ତେଲେଙ୍ଗାନା ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ପୀଡିତଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି। ତେଲେଙ୍ଗାନାର ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ତୃତୀୟ ଜଣକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି।

ନିର୍ମଳ ଜିଲ୍ଲାର ସୋଆନ ଗ୍ରାମର ଅଷ୍ଟପୁ ପ୍ରେମସାଗର (୩୫)ଙ୍କୁ ଏପ୍ରିଲ ୧୧ ତାରିଖରେ ଖଣ୍ଡାରେ ହତ୍ୟା କରାଯାଇଥିଲା ବୋଲି ତାଙ୍କ କାକା ପିଟିଆଇକୁ କହିଛନ୍ତି। ପୀଡିତମାନେ ଏହି ବେକେରୀ‌ରେ କାମ କରୁଥିବା ବେ‌ଳେ ସେମାନଙ୍କ ସହ ଏପରି ଘଟିଛି ବୋଲି କୁହାଯାଉଛି।

ପ୍ରେମସାଗର ଗତ ପାଞ୍ଚ-ଛଅ ବର୍ଷ ଧରି ବେକରିରେ ଚାକିରି କରୁଥିଲେ। ତାଙ୍କ କାକା କହିଛନ୍ତି ଯେ ସେ ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ପ୍ରେମସାଗରଙ୍କ ପରିବାର ସଦସ୍ୟଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦିଆଯାଇ ନାହିଁ ବୋଲି କାକା କହିଛନ୍ତି ଏବଂ ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ପ୍ରେମସାଗରଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏହି ସମୟରେ, କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି ଯେ ଦ୍ୱିତୀୟ ମୃତକଙ୍କ ନାମ ଶ୍ରୀନିବାସ, ଯିଏ ନିଜାମାବାଦ ଜିଲ୍ଲାର ବାସିନ୍ଦା।

ଆକ୍ରମଣରେ ଆହତ ହୋଇଥିବା ତୃତୀୟ ବ୍ୟକ୍ତି ସାଗରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ଭବାନୀ ନିଜାମାବାଦ ଜିଲ୍ଲାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ହତ୍ୟାକାଣ୍ଡ ଉପରେ ଦୁଃଖ ପ୍ରକାଶ କରି ରେଡ୍ଡି କହିଛନ୍ତି ଯେ ସେ ସେମାନଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାରେ ସାହାଯ୍ୟ ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button