ନୀତି

୩କିଲୋର ମୁକୁଟରେ ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩ର ଥିମ – Utkal Mail


ନୂଆଦିଲ୍ଲୀ: ଶାରଦୀୟ ଋତୁରେ ନଅ ରାତି ଧରି ପାଳନ ‌ହେଉଥିବା ନବରାତ୍ରି ହିନ୍ଦୁ ସଂସ୍କୃତିରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଏବର୍ଷ ନବରାତ୍ରୀ ପାଖେଇ ଆସିଲାଣି। ଏଥର ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

ତେବେ ନବରାତ୍ରୀ ଉତ୍ସବ ପୂର୍ବରୁ ଗୁଜୁରାଟ ଗାନ୍ଧିନଗରରେ ଜଣେ ବ୍ୟକ୍ତିଙ୍କୁ ନେଇ  ଚର୍ଚ୍ଚା ହେଉଛି।  ଏହି ବ୍ୟକ୍ତିଙ୍କ ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ବ୍ୟକ୍ତି ଜଣକ ମସ୍ତକରେ ୩କିଲୋ ଓଜନର ଏକ ପଗଡ଼ି ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ରାମମନ୍ଦିର, ଚନ୍ଦ୍ରଯାନ-୩ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଥିମକୁ ନେଇ ୩କିଲୋର ରାମ ରାଜ୍ୟ ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି।

 

ଏଭଳି ସ୍ବତନ୍ତ୍ର ପଗଡ଼ି ପିନ୍ଧିଥିବା ବ୍ୟକ୍ତି କହିଛନ୍ତି, ‘ଏଭଳି ପଗଡ଼ି ତିଆରି ପାଇଁ ମୁଁ ଅନେକ ଦିନରୁ ଚିନ୍ତା କରିଥିଲି। ଚଳିତଥର ଏହି ଇଚ୍ଛା ମୋର ପୂରା ହୋଇପାରିଛି। ଏଥିପାଇଁ ମୁଁ ଖୁବ ଖୁସି। ଅନେକ ଲୋକେ ଏହି ପଗଡ଼ି ବିଷୟରେ ସୂଚନା ପାଇବା ପରେ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।

 

 




Related Articles

Leave a Reply

Your email address will not be published. Required fields are marked *

Back to top button