ଦେଶ ବିଦେଶ

ଯୁବତୀ ସିଗାରେଟ ଟାଣିବାରୁ ବିରକ୍ତ ହୋଇ କାଫେରେ ନିଆଁ ଲଗାଇଦେଲେ ବୃଦ୍ଧ ବ୍ୟକ୍ତି – Utkal Mail


ଇନ୍ଦୋର: ମିନି ମୁମ୍ବାଇ କୁହାଯାଉଥିବା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେଲିଫୋନ୍ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ ସାମାନ୍ୟ ଘଟଣାକୁ ନେଇ କାଫେରେ ନିଆଁ ଲଗାଇ ଦେଇଥିଲେ। ଯେତେବେଳେ ଏହି ଘଟଣାର କାରଣ ସାମ୍ନାକୁ ଆସିଲା, କେବଳ ସାଧାରଣ ଲୋକ ନୁହଁନ୍ତି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଘଟଣାରେ ପ୍ରାୟ ତିନିରୁ ଚାରି ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ବାସ୍ତବରେ ଇନ୍ଦୋରର ଲସୁଡିଆ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ସ୍କାଏ କର୍ପୋରେଟ ନିକଟରେ ଥିବା ଏକ କାଫେରେ କେହି ନିଆଁ ଲଗାଇଦେଇଥିବା ନେଇ ଅଭିଯୋଗ ହୋଇଥିଲା | ଏହା ପରେ, ଯେତେବେଳେ କାଫେ ଅପରେଟର ଶୁଭମ୍ ଚୌଧୁରୀ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ, ଜଣେ ବୃଦ୍ଧ ନିଆଁ ଲଗାଇ ଚାଲିଯାଉଥିବା ଦେଖାଯାଇଥିଲା। ଏହା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଥିଲା | ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ।

ଯେତେବେଳେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା, ସେ କହିଥିଲେ ଯେ ଝିଅମାନେ କାଫେରେ ଠିଆ ହୋଇ ସିଗାରେଟ ଟାଣୁଥିଲେ। ଯାହା ତାଙ୍କୁ ପସନ୍ଦ ନଥିଲା | ସେଥିପାଇଁ ଏହି କାଫେରେ ନିଆଁ ଲଗାଇଦେଇଥିଲେ | ଗିରଫ ଅଭିଯୁକ୍ତଙ୍କ ନାମ ବିଜୟ ମାଥେ ହୋଇଥିବାବେଳେ କାଫେ ଅପରେଟରଙ୍କ ଅନୁଯାୟୀ ଅଭିଯୁକ୍ତ ବିଜୟ ଅନେକ ଦିନ ଧରି କାଫେରେ ବୁଲୁଥିବାର ନଜର ଆସିଥିଲେ। ପୁଲିସର ସୂଚନାନୁସାରେ, ଦୋକାନରେ ଠିଆ ହୋଇଥିବା ଗ୍ରାହକମାନେ ମଧ୍ୟ ଅନେକ ଥର କାଫେ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କୁ ବୃଦ୍ଧ ବ୍ୟକ୍ତି ବୋଲି ଭାବି ସେ ତାଙ୍କୁ କେବେବି ଅଟକାଇ ନଥିଲେ। କାଫେ ଅପରେଟରଙ୍କ ଅନୁଯାୟୀ ଏହି ଅଗ୍ନିକାଣ୍ଡ ଘଟଣାରେ ପ୍ରାୟ ତିନିରୁ ଚାରି ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ପୁଲିସ ବର୍ତ୍ତମାନ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button