କ୍ରାଇମ

ଫିଟୁଛି ସୁନିତା ପରିଡ଼ା ମର୍ଡର ମିଷ୍ଟ୍ରି! ସ୍ତ୍ରୀକୁ ବଳାତ୍କାର କରି ହତ୍ୟା କରିବାକୁ ସ୍ୱାମୀ ଦେଇଥିଲା ସୁପାରି, ଜାଣନ୍ତୁ ପୁରା ଘଟଣା

କେନ୍ଦୁଝର ଜିଲ୍ଲା ସୁନିତା ପରିଡ଼ା ମୃତ୍ୟୁ ମାମଲାରେ ଖୋଳୁଛି ନୂଆ ନୂଆ ତଥ୍ୟ। ପୂର୍ବରୁ ସୁନିତାଙ୍କ ସ୍ଵାମୀ ଉପରେ ପୋଲିସର ସନ୍ଦେହ ରହିଥିବା ବେଳେ ସେ ହିଁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଅଭିଯୁକ୍ତ ସ୍ୱାମୀ ସୁରେଶ ପରିଡ଼ା ଫେରାର ରହିଥିବା ବେଳେ ପୋଲିସ ତାଙ୍କୁ ଖୋଜିବାରେ ଲାଗିପଡିଛି।

Sunita

ମିଳିଥିବା ସୂଚନା ଅନୁଯାଇ ସୁରେଶ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି। ତଥାପି ସୁନିତାଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା। ବିବାହ ସମୟରେ ସୁରେଶ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିବା ବେଳେ ସୁନିତାଙ୍କ ପରିବାର ୧.୫ ଲକ୍ଷ ଟଙ୍କା ଦେଇ ପାରିଥିଲେ। ଯେଉଁଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ସୁରେଶ ସୁନିତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Police station

ତେବେ, ସୁରେଶ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ସୁପାରି ଦେଇଥିବା କୁହାଯାଉଅଛି। କେବଳ ଯେ ହତ୍ୟା ତାହା ନୁହେଁ ବରଂ ସୁନିତାଙ୍କୁ ବଳାତ୍କାର କରି ହତ୍ୟା କରିବାକୁ ମିଳିଥିଲା ଅର୍ଡର। ଯାହାପରେ ହତ୍ୟାକାରୀ ମାନେ ସୁନିତାଙ୍କୁ ବଳାତ୍କାର କରି ହତ୍ୟା କରିବା ପରେ ମୁଣ୍ଡ ବିହୀନ ଶବକୁ ନଦୀରେ ଭସାଇ ଦେଇଥିବା କୁହାଯାଉଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button