ଦେଶ ବିଦେଶ

ହମାସ୍‌ ଇସ୍ରାଏଲୀୟ ଶିଶୁଙ୍କ ମୁଣ୍ଡକାଟ କରିଥିବାର ପ୍ରମାଣ ପାଇଛି: ଜୋ ବାଇଡେନ୍‌ – Utkal Mail


ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀ ଇସ୍ରାଏଲୀ ଶିଶୁଙ୍କ ମୁଣ୍ଡକାଟ କରିଥିବାର ପ୍ରମାଣ ଦେଖିଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣ ପ୍ରସଙ୍ଗ ଉଲ୍ଲେଖ କରି ବାଇଡେନ୍‌ କହିଲେ, ଆତଙ୍କବାଦୀମାନେ ଛୁଆମାନଙ୍କ ମୁଣ୍ଡକାଟ କରୁଥିବା ଦେଖିବି ଓ ଏଭଳି ବୀଭତ୍ସ କାଣ୍ଡର ବାସ୍ତବ ଫଟୋ ପାଇବି ବୋଲି କଳ୍ପନା କରି ନ ଥିଲି।

ନରସଂହାର ହୋଇଥିବାରୁ ଶନିବାରର ଆକ୍ରମଣକୁ ବାଇଡେନ୍‌ ଇହୁଦୀମାନଙ୍କ ପାଇଁ ‘ମାରାତ୍ମକ ଦିନ’ ବୋଲି ଆଖ୍ୟା ଦେଇ କହିଛନ୍ତି, ହମାସ୍‌ ଆତଙ୍କ ଆକ୍ରମଣ ଇହୁଦୀ ଜନତାର ହଜାର ବର୍ଷର ନରସଂହାର ସ୍ମୃତିକୁ ଉଜ୍ଜୀବିତ କରିଛି।

ବାଇଡେନ୍‌ କହିଛନ୍ତି, ଇସ୍ରାଏଲ୍‌ର ପରିସ୍ଥିତି ଉପରେ ଆମେ ନିଘା ରଖିଛୁ। ଉପରା‌ଷ୍ଟ୍ରପତି ଓ ମୁଁ ଏବଂ ମୋ ସୁରକ୍ଷା ଟିମ୍‌ର ଅନେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ଆଜି ସକାଳେ କଥାବାର୍ତ୍ତା କରିଛୁ।

Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଏଥର ଆମେ ଆଗରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ଆତଙ୍କବାଦର କୌଣସି ଯଥାର୍ଥତା ନାହିଁ। ଯୁକ୍ତି ବି ନାହିଁ। ଏଠାରେ ଯେଉଁ ପ୍ରକାରର ଆତଙ୍କବାଦ ପ୍ରଦର୍ଶିତ ହୋଇଛି ତାହା ଅଗ୍ରହଣୀୟ। ନିହାତି ଘୃଣ୍ୟ। ଇସ୍ରାଏଲ୍‌ ସୁରକ୍ଷା ଓ ଇହୁଦୀମାନଙ୍କ ନିରାପତ୍ତା ପ୍ରତି ମୋର ପ୍ରତିବଦ୍ଧତା ଅଟଳ। ଇସ୍ରାଏଲ୍‌ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନ ରହିଛି। ଆମେ ଏ ସଂକ୍ରାନ୍ତରେ କାର୍ଯ୍ୟ ଆଜିଠାରୁ ପଦକ୍ଷେପ ପାଇଁ ବ୍ୟବସ୍ଥା କରିବୁ।

ଉଲ୍ଲେଖଯୋଗ୍ୟ, ହମାସ୍‌ ଆତଙ୍କବାଦୀମାନେ ୪୦ଜଣ ଇସ୍ରାଏଲୀୟ ଶିଶୁଙ୍କୁ ହତ୍ୟା କରିଥିଲେ ବୋଲି ଇସ୍ରାଏଲ୍‌ସ୍ଥିତ ‘ଆଇ୨୪ ନିଉଜ୍‌’ ରିପୋର୍ଟ କରିଥିଲା। କେତେକ ଶୁଶୁଙ୍କ ମୁଣ୍ଡକାଟ କରାଯାଇଥିବା ବେଳେ ସେମାନଙ୍କର ସମଗ୍ର ପରିବାରକୁ ଶେଯ ଉପରେ ହିଁ ବନ୍ଧୁକ ମାରି ହତ୍ୟା କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button