ବାଟଲା ହାଉସ୍ ଏନକାଉଣ୍ଟର : ଆଜୀବନ କାରାଦାଣ୍ଡରେ ବଦଳିଲା ଆରିଜ ଖାଁଙ୍କ ମୃତ୍ୟୁଦଣ୍ଡ – Utkal Mail
ନୂଆଦିଲ୍ଲୀ: ୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି ।
ତେବେ ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଓ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ନିମ୍ନ ଅଦାଲତଙ୍କ ଆଦେଶକୁ ବଜାୟ ରଖିଛନ୍ତି। ୨୦୨୧ ମାର୍ଚ୍ଚରେ ଏକ ନିମ୍ନ ଅଦାଲତ ଆରିଜଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ସମୟରେ ଅଦାଲତ କହିଥିଲେ ଯେ ଏହି ମାମଲା ସବୁଠାରୁ ବିରଳ ଅର୍ଥାତ୍ ବିରଳତମ ମାମଲା ଅଧୀନରେ ଆସୁଛି। କିନ୍ତୁ ଏହା ବିରଳତମ ଅପରାଧ ଅଧିନରେ ଆସୁନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
୨୦୦୮ମସିହାରେ ବାଟଲା ହାଉସ ଏନକାଉଣ୍ଟରରେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ଆତିଫ ଅମିନ ଓ ମହମ୍ମଦ ସାଜିଦ ନିହତ ହୋଇଥିଲେ । ଏହି ଏନକାଉଣ୍ଟର ସମୟରେ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ପ୍ରାଣ ହରାଇଥିଲେ।



