ଭାରତରେ ‘ଫ୍ରି’ରେ ପଢିବେ ବିଦେଶୀ ଛାତ୍ର, ସରକାର ଦେବେ ୪ କୋଟିର ସ୍କଲାରସିପ୍

ନୂଆଦିଲ୍ଲୀ ୨୩।୦୯ : ଭାରତର ଅଧିକାଂଶ ଛାତ୍ର ଆମେରିକା କିମ୍ବା ବିଦେଶରେ ପାଠ ପଢିବାକୁ ଯାଆନ୍ତି । ଆଉ ସେଠାରେ ସ୍କଲାରସିପ୍ରେ ପାଠ ପଢନ୍ତି । ହେଲେ ଖୁବଶୀଘ୍ର ଆମେରିକା କିମ୍ବା ବିଦେଶର ଛାତ୍ରମାନେ ମଧ୍ୟ ଭାରତ ଆସିବେ.. ଆଉ ଭାରତର ସ୍କଲାରସିପ୍ରେ ପାଠ ପଢିବେ । ଖାଲି ଆମେରିକା ନୁହେଁ । ଏହାବ୍ୟତୀତ ଅନ୍ୟ ଦେଶର ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ ।
ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ୫ ଲକ୍ଷ ଡଲାର ( ୪.୧୭ କୋଟି ଟଙ୍କା)ର ୫୦ କ୍ୱାର୍ଡ ସ୍କଲାରସିପ୍ ଘୋଷଣା ହୋଇଛି ।
କ୍ୱାର୍ଡ ସ୍କଲାରସିପ୍ ଅଧିନରେ ବିଦେଶୀ ଛାତ୍ରମାନେ ଭାରତ ସରକାରଙ୍କ ଅନୁଦାନପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ୪ ବର୍ଷୀୟା ସ୍ମାତକୋତ୍ତର ପାଠ ପଢିପାରିବେ । ଭାରତ ପକ୍ଷରୁ ଏପରି ସମୟରେ ଏହି ଯୋଜନାର ଘୋଷଣା କରାଯାଇଛି କି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି । ଆଉ କ୍ୱାର୍ଡ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୋ ଉପସ୍ଥିତ ରହିଥିଲେ ।
କ୍ୱାଡ୍ ଫେଲୋସିପ୍ କ’ଣ ?
୪ର୍ଥ ଦେଶ- ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୪ ସେପ୍ଟେମ୍ବର ୨୦୨୧ରେ ୪୦,୦୦୦ ଆମେରିକୀୟ ଡଲାରର କ୍ୱାଡ ଫେଲୋସିପ୍ ଘୋଷଣା କରିଥିଲେ। ଏହି ସ୍କଲାରସିପ୍ରେ ଉଦ୍ଦେଶ୍ୟ ହେଉଛି STEM ( ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରି, ଗଣିତ) ଛାତ୍ରମାନଙ୍କୁ ସମର୍ଥନ କରିବା | ଏହି ଛାତ୍ରବୃତ୍ତି ଅନ୍ତର୍ଜାତୀୟ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ | ଯାହା ଏକ ଅଣ-ଲାଭକାରୀ ସଂସ୍ଥା ଅଟେ | କ୍ୱାର୍ଡ ଫଲୋସିପ୍ ଆମେରିକାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (STEM) ରେ ମାଷ୍ଟର ଏବଂ ଡକ୍ଟରେଟ୍ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ପ୍ରଦାନ କରାଯାଇଥାଏ |