ଦେଶ ବିଦେଶ

ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ିଥିବା କଅଁଳା ପିଲାମାନଙ୍କର ଫଟୋ ରିଲିଜ୍‌ କଲା ଇସ୍ରାଏଲ୍‌ – Utkal Mail


ଜେରୁଜେଲମ୍‌: ଅସାଧାରଣ ପଦକ୍ଷେପ ଗ୍ରହଣ କରି ଗୁରୁବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସାମ୍ବାଦିକ ଓ ଜନସାଧାଣଙ୍କୁ ଦେଖାଇବା ଲାଗି ରିଲିଜ୍‌ କରିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ସମ୍ବାଦପତ୍ରକୁ କହିଛନ୍ତି, ଏଭଳି ଫଟୋ ସେୟାର୍‌ କରିବାର ଯଥାର୍ଥତା ଅତି ସରଳ। ତାହା ହେଉଛି, ହମାସ୍‌ କରିଥିବା ଭୟାବହ କାଣ୍ଡରୁ ବିଶ୍ବ ଟିକିଏ ଦେଖୁ।

ସେ ଆହୁରି ମଧ୍ୟ କହିଛନ୍ତି, ରିଲିଜ୍‌ କରାଯାଇଥିବା ଫଟୋଗୁଡ଼ିକରୁ କେତେକ ଆଗରୁ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଦେଖାଇ ଦିଆଯାଇଥିଲା। କଷ୍ଟଦାୟକ ଏହି ଫଟୋ ସବୁ ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ିଥିବା କଅଁଳା ପିଲାମାନଙ୍କର। ହମାସ୍‌ମାନେ ମାନବ ନୁହନ୍ତି। ହମାସ ହେଉଛି ‘ଆଇଏସ୍‌ଆଇଏସ୍‌’।

Image Courtesy of India Today

୧.୨ ନିୟୁତ ଅନୁଗାମୀ ଥିବା ଇସ୍ରାଏଲ୍‌ ସରକାରଙ୍କ ‘ଏକ୍ସ୍‌’ ଆକାଉଣ୍ଟ୍‌ରେ ନିହତ କଅଁଳା ପିଲାମାନଙ୍କର ଫଟୋ ସେୟାର୍‌ କରାଯାଇଛି। ଶନିବାର ଦିନ ଅତର୍କିତ ଆକ୍ରମଣ ସମୟରେ ହମାସ୍‌ ଆତଙ୍କବାଦୀମାନେ ଏହି କଅଁଳା ପିଲାମାନଙ୍କୁ ହତ୍ୟା କରି ପୋଡ଼ି ପକାଇଥିଲେ। ଏହା ହେଉଛି ସେହି ପିଲାମାନଙ୍କର ପୋଡ଼ି ଅଙ୍ଗାର ହୋଇଯାଇଥିବା ଶବ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ ପ୍ରାୟ ୪୦ଜଣ କଅଁଳା ପିଲାଙ୍କ ଶବ ଉଦ୍ଧାର କରିଥିଲା। ସେଥିମଧ୍ୟରୁ କେତେକଙ୍କ ମୁଣ୍ଡ କାଟାଯାଇଥିଲା। ‘ଆଇ୨୪ନିଉଜ୍‌’ର ରିପୋର୍ଟର୍‌ ନିକୋଲ୍‌ ଜିଡେକ୍‌ କହିଥିଲେ, ଏହା ହେଉଛି ହିଂସାର ସବୁଠୁ କଦର୍ଯ୍ୟ କାର୍ଯ୍ୟ। ଇସ୍ରାଏଲ୍‌ରେ ଏଭଳି ଘଟିଥିବା ଆମେ କେମେ ଦେଖି ନ ଥିଲୁ। ଏଭଳି ଘଟଣା କେବେ ଘଟି ନ ଥିଲା ମଧ୍ୟ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button