କ୍ରାଇମ

ଅନ୍ୟ ସମ୍ପ୍ରଦାୟର ପୁଅକୁ ପ୍ରେମ କରୁଥିବା ୨୦ ବର୍ଷୀୟ ଝିଅକୁ ହତ୍ୟାକଲେ ବାପା – Utkal Mail


ବେଙ୍ଗାଲୁରୁ: ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଜାଣି ବେଙ୍ଗାଲୁରୁ ନିକଟରେ ଜଣେ ବ୍ୟକ୍ତି ନିଜ ୨୦ ବର୍ଷୀୟ ଝିଅକୁ ହତ୍ୟା କରିଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ପୁଲିସ କହିଛି, ସେ ପୁଅ ସହିତ ସମ୍ପର୍କ ତୁଟାଇ ଦେବା ଲାଗି ଦେବାନାହାଲ୍ଲି ନିକଟ ବିଦାଲୁରୁ ଗ୍ରାମର ବାସିନ୍ଦା ମଞ୍ଜୁନାଥ କଲେଜ ପଢୁଆ ଝିଅ କୱାନାଙ୍କୁ ସାବଧାନ କରାଇ ଦେଇଥିଲେ। କିନ୍ତୁ, କୱାନା ବାପାଙ୍କ କଥାକୁ ଖାତର କରି ନ ଥିଲେ।

କେବଳ ସେତିକି ନୁହେଁ, କୱାନାର ସାନଭଉଣୀ ମଧ୍ୟ ଆଉ ଜଣେ ପୁଅକୁ ପ୍ରେମ କରୁଥିଲା। ସାନଝିଅ ନଷ୍ଟ ହେବା ଲାଗି ମଧ୍ୟ ବାପା ମଞ୍ଜୁନାଥ କୱାନାକୁ ଦାୟୀ କରୁଥିଲେ।

ଏସବୁ କଥାକୁ ନେଇ ବୁଧବାର ରାତିରେ ମଞ୍ଜୁନାଥ ଓ କୱାନାଙ୍କ ମଧ୍ୟରେ ଭୀଷଣ ବିବାଦ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ମଞ୍ଜୁନାଥ ଗୋଟାଏ ଛୁରି ଆଣି କୱାନାଙ୍କ ତଣ୍ଟି କାଟି ପକାଇବା ସହିତ ଏକାଧିକ ବାର ତାଙ୍କ ହାତ ଓ ଗୋଡ଼ରେ ଛୁରି ଭୁଷି ପକାଇଲେ।

Image Courtesy of India Today

ଏହାପରେ ମଞ୍ଜୁନାଥ ନିଜେ ଥାନାକୁ ଯାଇ ଆତ୍ମସମର୍ପଣ କଲେ। ଉଲ୍ଲେଖଯୋଗ୍ୟ, ବାପା ପ୍ରେମକୁ ବ‌ିରୋଧ କରୁଥିବା ଦର୍ଶାଇ ସାନଝିଅ ମଧ୍ୟ ଥାନାରେ ଫେରାଦ ହୋଇଛି।

ବେଙ୍ଗାଲୁରୁ ଗ୍ରାମୀଣ ଥାନା ସୁପରିଣ୍ଟେଣ୍ଡେଣ୍ଟ୍‌ ପୁରୁଷୋତ୍ତମ କହିଛନ୍ତି, ପରିବାର ବିଷୟରେ ଅପବାଦମୂଳକ ଚର୍ଚ୍ଚା ହେଉଥିବା କାରଣରୁ ସମ୍ଭବତଃ ମଞ୍ଜୁନାଥ ଝିଅକୁ ହତ୍ୟା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦତନ୍ତ ବେଳେ ଆମେ ଜାଣିଲୁ ଯେ, କୱାନା ଅନ୍ୟ ସମ୍ପ୍ରଦାୟର ଜଣେ ପୁଅକୁ ପ୍ରେମ କରୁଥ‌ିଲେ। ତାଙ୍କର ସାନଭଉଣୀ ବି ଆଉ ଜଣେ ପୁଅକୁ ପ୍ରେମ କରୁଥିଲା। ଦୁଃଖର କଥା ଗାଁ ଲୋକେ ତାଙ୍କ ପରିବାର ବିଷୟରେ ଅପବାଦମୂଳକ ଚର୍ଚ୍ଚା କଲେ। ବୋଧହୁଏ ଏଥିପାଇଁ ଅଭିଯୁକ୍ତ ଝିଅକୁ ହତ୍ୟା କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button