ମନୋରଞ୍ଜନ

ଟେଲି ତଥା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଭୈରବୀଙ୍କ ପରଲୋକ – Utkal Mail


ନୂଆଦିଲ୍ଲୀ: ଟେଲିଭିଜନ ତଥ‌ା ଚଳଚ୍ଚିତ୍ର ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉଭୟ ଟେଲି ଓ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଭୈରବୀ ବୈଦ୍ୟାଙ୍କ ୬୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅଭିନେତ୍ରୀଙ୍କ କୋ-ଷ୍ଟାର ସୁରଭି ଦାସ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ସୁରଭି ଓ ଭୈରବୀ ଏକାଠି ‘ନିମା ଡେନଜୋଙ୍ଗପା’ରେ କାମ କରିଥିଲେ।

କୁହଯାଉଛି କି ଅଭିନେତ୍ରୀ କିଛିବର୍ଷ ହେଲା କର୍କଟରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କ ଚିକିତ୍ସା ବି ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୈରବୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପ‌ାଇବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ଭୈରବୀ ବୈଦ୍ୟାଙ୍କ ସହ କାମ କରିଥିବା ଅଭିନେତା ଓ ଅଭିନେତ୍ରୀମାନେ ନିଜରନଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

ଭୈରବୀ ପ୍ରାୟ ୪୫ବର୍ଷ ହେବ ଚଳଚ୍ଚିତ୍ର ଜଗତରେ କାମ କରିଛନ୍ତି। ଭୈରବୀ ସିନେମା ‘ତାଲ’ ସହିତ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ସିନେମା ‘ଚୋରୀ-ଚୋରୀ ଚୁପକେ ଚୁପକେ’ରେ ଦେଖିବାକୁ ମିଳିଥିଲା।

ଅଧିକାଂଶ ପ୍ରୋଜେକ୍ଟରେ ଭୈରବୀଙ୍କୁ ମା’ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ସେ ତାଙ୍କ ଅଭିନୟକୁ ଖୁବ ସୁନ୍ଦର ଓ ଜୀବନ୍ତ ଭାବେ ପ୍ରଦର୍ଶନ କରିଥାଆନ୍ତି। ଯାହାକି ଦର୍ଶକଙ୍କୁ ଦେଖିବା ପାଇଁ ବାନ୍ଧି ରଖିଥାଏ। ଭୈରବୀ ଅଭିନେତ୍ରୀ ହେଲେ ମଧ୍ୟ ତାଙ୍କ ଜୀବନଶୈଳୀ ପୂରାପୂରି ସାଧାରଣ। ସେ ପ୍ରତ୍ୟେକ ଲୋକଙ୍କୁ ସହଜରେ ବିଶ୍ବାସ କରିବା ସହିତ ଶୀଘ୍ର ମିଶି ଯାଇଥାଆନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button