ମନୋରଞ୍ଜନ

ରବୀନ୍ଦ୍ର ଚନ୍ଦ୍ରଶେଖରନ୍ ଜେଲରୁ ମୁକୁଳିବା ପରେ ସ୍ତ୍ରୀ କଲେ ଏଭଳି ପୋ‌ଷ୍ଟ୍ – Utkal Mail


ନୂଆଦିଲ୍ଲୀ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଟେଲିଭିଜନ ଅଭିନେତ୍ରୀ ମହାଲକ୍ଷ୍ମୀଙ୍କ ସ୍ୱାମୀ ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଗତ ମାସରେ କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ (ସିସିବି) ଗିରଫ କରିଥିଲା। ଜଣେ ବ୍ୟବସାୟୀଙ୍କୁ ରବୀନ୍ଦ୍ର ୧୫.୮୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗତବର୍ଷ ରବୀନ୍ଦ୍ର ବିବାହ ପରେ ଲାଇମଲାଇଟକୁ ଆସିଥିଲେ। ଚଳଚ୍ଚିତ୍ର ନିର୍ମାତା ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରାଯାଇଛି । ଜେଲରୁ ମୁକୁଳିବା ପରେ ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କ ପତ୍ନୀ ତଥା ଅଭିନେତ୍ରୀ ମହାଲକ୍ଷ୍ମୀ ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ଏକ ଫ‌ଟୋ ସେୟାର କରି ଭାବପ୍ରବଣ ନୋଟ୍ ଲେଖିଛନ୍ତି।

ମହାଲକ୍ଷ୍ମୀ ଲେଖିଛନ୍ତି, ‘ତୁମେ ମୋ ମୁହଁରେ ହସ ଆଣିବାରେ କେବେ ବିଫଳ ହେବ ନାହିଁ। କାହାକୁ ଭଲପାଇବାର କାରଣ ହେଉଛି ବିଶ୍ୱାସ, ମୋର ତୁମ ଉପରେ ବହୁତ ବିଶ୍ୱାସ ଅଛି !! ପୂର୍ବ ପରି ମୋତେ ଭଲ ପାଅ ଏବଂ ମୋତେ ସୁରକ୍ଷା ଦିଅ .. ଲଭ୍ ୟୁ ଲୋଡସ ଅମ୍ମୁ!’

ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା କି ସେ ଜଣେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଥିଲେ। ଏ ନେଇ ଏକ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି)ର ଏଟ୍ରଷ୍ଟମେଣ୍ଟ ଡକ୍ୟୁମେଣ୍ଟ ଫ୍ରଡ (ଇଡିଏଫ) ଉଇଙ୍ଗ-୧ ଚନ୍ଦ୍ର‌ଶେଖରନଙ୍କୁ ଗିରଫ କରିଥିଲା।

ମଦମ ମିଡିଆ ପ୍ରା.ଲିର ବାଲାଜୀ କାପା ଗ୍ରେଟର ଚେନ୍ନାଇର ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗ ପତ୍ରରେ ଲେଖିଥିଲେ କି, ଅକ୍ଟୋବର ୨୦୨୦ରେ ରବୀନ୍ଦ୍ର ତାଙ୍କ ସହିତ ସମ୍ପର୍କ କରିଥିଲେ। ଏହାପରେ ରବୀନ୍ଦ୍ର ସଲିଡ ୱେଷ୍ଟକୁ ଏନର୍ଜିରେ ବଦଳାଇବାର ଏକ ବ୍ୟବସାୟର ଯୋଜନା କରିଥିଲେ। ଏଥିରେ କିଛି ଟଙ୍କା ବ୍ୟୟ ପାଇଁ ସେ ସାହାଯ୍ୟ ମାଗିଥିଲେ।’

ଅଭିଯୋଗ ମୁତାବକ, ୨୦୨୦ ସେପ୍ଟେମ୍ବର ୧୭ରେ ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କ ସହ ଏକ ଚୁକ୍ତି ହୋଇଥିଲା ଓ ବାଲାଜୀ କାପା ୧୫.୮୩ କୋଟି ଟଙ୍କା ତାଙ୍କୁ ଦେଇଥିଲେ। ଏହାପରେ ରବୀନ୍ଦ୍ର ନା ବ୍ୟବସାୟ ଆରମ୍ଭ କଲେ ନା ଉକ୍ତ ଟଙ୍କା ଫେରସ୍ତ କଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button