ମନୋରଞ୍ଜନ

ଆଧୁନିକ ପୋଷାକରେ ପରମ୍ପରାର ଛୁଙ୍କ: ପ୍ରଶଂସକଙ୍କୁ ପସନ୍ଦ ଆସିଲା ପରୀଙ୍କ ମଥା ସିନ୍ଦୂର – Utkal Mail


ମୁମ୍ବାଇ: ସେପ୍ଟେମ୍ବର ୨୪ ତାରିଖରେ ବିବାହ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ପରୀ ନିକଟରେ ଦିଲ୍ଲୀରୁ ଫେରିଥିଲେ ଏବଂ ବିବାହ ପରେ ପ୍ରଥମ ଥର ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ପରିଣୀତି କଳା ପୋଷାକରେ ଥିଲେ। ବର୍ତ୍ତମାନ ତାଙ୍କୁ ଏକ ଡେନିମ୍‌ ଜିନ୍ସ ଓ ଧଳା ରଂଗର ସାର୍ଟରେ ଦେଖିବାକୁ ମିଳିଛି। ନବବିବାହିତା ପରିଣୀତିଙ୍କ ଶୈଳୀ ସମସ୍ତଙ୍କ ହୃଦୟ ଜିତିଛି। ପରିଣୀତିି ତାଙ୍କ ଷ୍ଟାଇଲିଷ୍ଟ୍‌ ପୋଷାକ ସଙ୍ଗକୁ ମଥାରେ ସିନ୍ଦୂର ଲଗାଇଥିବାରୁ ସମସ୍ତେ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମେ ପରୀଙ୍କ ଏହି ନୂଆ ଲୁକ୍‌ର ଭିଡିଓ ସେୟାର୍‌ ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିଛି। ଭିଡିଓରେ ପରିଣୀତି ତାଙ୍କ କାରରୁ ଓହ୍ଲାଇ ବିମାନବନ୍ଦର ଭିତରକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ, ସେ ପାପାରାଜିଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ପାପାରାଜି ତାଙ୍କୁ ପୋଜ୍ ଦେବାକୁ କହୁଥିବାର ଦେଖାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି, ‘‘ଜିଜୁଙ୍କୁ କହିବ ଆମେ ମନେ ପକାଉଛୁ’’। ତାହାର ଉତ୍ତରରେ ପରିଣୀତି କହୁଛନ୍ତି, ‘‘ମୁଁ ଏବେ କହିଦେବି’’। ଅଭିନେତ୍ରୀଙ୍କ ଏହି ଭିଡିଓ ଉପରେ ଲୋକମାନେ ବହୁତ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି, ‘‘ପରିଣୀତିଙ୍କ ସିନ୍ଦୂର ପ୍ରତ୍ୟେକ ଥର ହୃଦୟ ଜିିତିଥାଏ।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ବିବାହକୁ ଏତେ ଦିନ ହେବା ପରେ ବି ପରୀ ସିନ୍ଦୂର ପିନ୍ଧୁଛନ୍ତି, ଦେଖିବାକୁ ଭଲ ଲାଗୁଛି।’’

 

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପରିଣୀତି ଚୋପ୍ରାଙ୍କ ଫିଲ୍ମ ‘ମିସନ ରାନିଗଞ୍ଜ’ ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ‘ମିସନ ରାନିଗଞ୍ଜ’ ହେଉଛି ପଶ୍ଚିମବଙ୍ଗର ଜଣେ ସାହସୀ ଖଣି ଇଞ୍ଜିନିୟର ଜସୱନ୍ତ ଗିଲଙ୍କ ପ୍ରକୃତ କାହାଣୀ। ଯିଏ ୧୯୮୯ରେ ଏକ କୋଇଲା ଖଣିରେ ଫସି ରହିଥିବା ଖଣି ମାଲିକଙ୍କ ଜୀବନ ରକ୍ଷା କରିବାକୁ ନିଜ ଜୀବନକୁ ବିପଦରେ ପକାଇଥିଲା। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ବକ୍ସ ଅଫିସରେ ଭଲ ରୋଜଗାର କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button