ପାକିସ୍ତାନ ବିପକ୍ଷ ମ୍ୟାଚ୍ ଆରମ୍ଭ ହେବା ପରେ ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ଚାଲିଗଲେ ବିରାଟ – Utkal Mail
ଅହମଦାବାଦ: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଆରମ୍ଭ ହେବା ପରେ ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ଚାଲିଗଲେ କ୍ରିକେଟର ବିରାଟ କୋହଲି। ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ‘ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ‘ଟସ୍’ ଜିଣିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପାକିସ୍ତାନକୁ ବ୍ୟାଟିଙ୍ଗ୍ କରିବାର ସୁଯୋଗ ମିଳିଛି।
Virat Kohli comes back wearing the tricolor jersey after he accidentally came wearing the wrong jersey to the field. pic.twitter.com/4Q8GyMkXtX
— Virat Kohli Updates (@VK18Updates) October 14, 2023
ଏ ମଧ୍ୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିରାଟ ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ ବୋଲି ଜଣାପଡ଼ିଛି। ହେଲେ ପରେ ସେ ଜର୍ସି ବଦଳାଇଥିଲେ ବୋଲି ସାମ୍ନାକୁ ଆସିଛି। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ବିଶ୍ବକପର ଅଧିକାରୀକ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ। ଅଧିକାରୀକ ଜର୍ସିରେ ଜାତୀୟ ପତାକାର ୩ଟି ରଙ୍ଗର ଗାର ରହିଥିବା ବେଳେ ବିରାଟ ପିନ୍ଧିଥିବା ଜର୍ସର କାନ୍ଧରେ କେବଳ ଧଳା ରଙ୍ଗର ଗାର ଥିଲା । ଏହା ଦେଖିବା ପରେ ବିରାଟ କିଛି ସମୟ ପାଇଁ ପଡ଼ିଆ ବାହାରକୁ ଯାଇ ଜାତୀୟ ପତାକାର ୩ଟି ରଙ୍ଗର ଗାର ରହିଥିବା ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ ।