ଦେଶ ବିଦେଶ

ନବରାତ୍ରୀ ପୂର୍ବରୁ ରିଲିଜ୍ ହେଲା ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିବା ଗୀତ, ଭାଇରାଲ ହେଲା ଭିଡିଓ – Utkal Mail


ନୂଆଦିଲ୍ଲୀ: ନବରାତ୍ରୀ ପୂର୍ବରୁ ରିଲିଜ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିବା ଗୀତ। ଭାଇରାଲ ହେଲା ଭିଡିଓ। କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟୀ ନୃତ୍ୟ ଗରବାକୁ ନେଇ ଏକ ଗୀତ ଲେଖିଥିଲେ। ଏବେ ଏହାକୁ ମ୍ୟୁଜିକ୍ ଭିଡିଓର ରୂପ ଦିଆଯାଇଛି। ଗୀତକୁ ଲୋକପ୍ରିୟ କଣ୍ଠଶିଳ୍ପୀ ଧ୍ବାନୀ ଭାନୁଶାଲୀ ଗାଇଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ତନିସ୍କ ବାଗଚୀ। ଗୀତର ଟାଇଟେଲ ‘ଗରବୋ’ ରହିଥିବା ବେ‌ଳେ ଅଭିନେତା-ନିର୍ମାତା ଜ୍ୟାକି ଭଗନାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଜଷ୍ଟ ମ୍ୟୁଜିକ୍ ବ୍ୟାନରରେ ଏହା ମୁକ୍ତିଲାଭ କରିଛି।

ଧ୍ବାନୀ ଭାନୁଶାଲୀ ଗୀତର ଭିଡିଓ ଏକ୍ସରେ ସେୟାର କରି ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସେୟାର କରିଥିବା ଦେଖିବାକୁ ମିଳିଛି। ଧ୍ବାନୀ ଭାନୁଶାଲୀଙ୍କ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗରବାର ଏହି ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ଧ୍ବାନୀ, ତନିସ୍କ ବାଗଚୀ ଏବଂ ଜେଜଷ୍ଟ ମ୍ୟୁଜିକ୍। ମୁଁ ବର୍ଷେ ପୂର୍ବରୁ ଏହାକୁ ଲେଖିଥିଲି। ଏହା ଅନେକ ସ୍ମୃତିକୁ ଫେରାଇ ଆଣିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button