ନୀତି

ବିଚାରପତି ହେବାପରେ ଝିଅ କହିଲେ, ‘ଦିବ୍ୟାଙ୍ଗ ହୋଇ ବି ବାପା ଅଟୋ ଚଲାଇ ମୋତେ ମଣିଷ କରିଛନ୍ତି’ – Utkal Mail


ନୂଆଦିଲ୍ଲୀ: ଝିଅମାନେ ପୁଅଙ୍କ ତୁଳନାରେ ଏବେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି। ସେମାନେ ବି ସମୟ ସହିତ ତାଳ ଦେଇ ପୁଅଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢ଼ୁଛନ୍ତି। ଅନେକ କ୍ଷେତ୍ରରେ ତ ଦେଖିବାକୁ ମିଳୁଛି ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ସଫଳତା ପାଉଛନ୍ତି।

ନିକଟରେ ଜଣେ ଝିଅ ଏମିତି କମାଲ କରି ଦେଖାଇଛନ୍ତି। ଯେଉଁଥିପାଇଁ ତାଙ୍କ ପରିବାର ଗର୍ବି କରୁଛନ୍ତି। ଏହି ଝିଅ ଜଣକ ପଞ୍ଜାବରେ ବସବାସ କରନ୍ତି। ତାଙ୍କ ବାପା ଜଣେ ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ହୋଇବି ସେ ଅଟୋ ଚଲାଇ ଝିଅକୁ ମଣିଷ କରିବ‌ା ପାଇଁ ଖୁବ ପରିଶ୍ରମ କରିଛନ୍ତି ବଲଜିତ ସିଂହ ବିଟ୍ଟୁ। ବାପାଙ୍କ ପରିଶ୍ରମର ଫଳ ମିଳିଯାଇଛି। କାରଣ ଦିବ୍ୟାଙ୍ଗ ଅଟୋ ଚାଳକଙ୍କ ଝିଅ ଜଜ ହୋଇଯାଇଛନ୍ତି। ଏହାଠାରୁ ଖୁସିର କଥା କ’ଣ ହୋଇପାରେ।

ପଞ୍ଜାବର କପୁରଥଲାର ସ୍ଲମ ଅଞ୍ଚଳରେ ମହୁଲ୍ଲା ମହତାବ ଗଢ଼ରେ ରହୁଥିବା ଶିବାନୀ ପଞ୍ଜାବ ସିଭିଲ ସେବ‌ା ପରୀକ୍ଷା ୨୦୨୩ରେ ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ସହିତ ଅଞ୍ଚଳର ନାମ ରଖିଛନ୍ତି।

ଏହି ସଫଳତା ପାଇବା ପରେ ଶିବାନୀ କହିଛନ୍ତି, ‘ମୁଁ ପ୍ରତ୍ୟେକ ପରିସ୍ଥିତି ଦେଇ ଗତି କରିଛି। ଘରେ ସର୍ବଦା ଆର୍ଥିକ ସଙ୍କଟ ଲାଗି ରହିଥାଏ। ଯାହାକି ଏକ ଗରିବ ପରିବାରର ରହିଥାଏ। କିନ୍ତୁ ବାପା ଆମ ପ୍ରତି କେବେ ହେଳା କରି ନାହାନ୍ତି। ସେ ଜଣେ ଦିବ୍ୟାଙ୍ଗ। ଏହା ସତ୍ତ୍ବେ ବି ସେ ଅଟୋ ଚଳାଇ ଆମକୁ ପୋଷି ଆସିଛନ୍ତି। ବାପାଙ୍କ ଏହି କଷ୍ଟକୁ ଦେଖି ମୁଁ ପିଲଟି ଦିନରୁ ମନ ଦେଇ ପାଠପ‌ଢ଼େ। କାରଣ ମୋର ଇଚ୍ଛା ଥିଲା ଭଲ ପାଠପଢ଼ି ଭଲ ଚାକିରିଟିଏ କରିବି।

ଯେବେଠାରୁ ମୁଁ ବିଚାରପତି ଆସନରେ ବସିବି ଉଚିତ ନ୍ୟାୟ କରିବି। ମୋର ନଜରରେ ଧନୀ ଗରିବ ସମସ୍ତେ ସମାନ ରହିବେ। ତେବେ ଯାଇ ଲୋକଙ୍କ ବିଚାରପତିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇବ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button