ଘରକୁ ଆସିବା ପରେ ଭଉଣୀଙ୍କ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟି ଦେଲା ଭାଇ – Utkal Mail
ନୂଆଦିଲ୍ଲୀ: ବିହାରର ମୁଜଫରପୁରରେ ଭଉଣୀ ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଭାଇ କାଟି ଦେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୀଡିତଙ୍କ ବାପା ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ବି ଆରମ୍ଭ କରି ଦେଇଛି।
ପୀଡ଼ିତଙ୍କ ବାପା ଅଭିଯୋଗ କରି କହିଛନ୍ତି, ‘ମୋର ପୁଅ ଓ ଏଭଳି ଘଟଣା ଘଟାଇଥିବା ଯୁବତୀଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏ ସମ୍ପର୍କକୁ ଯୁବତୀଙ୍କ ପରିବାରଲୋକ ଗ୍ରହଣ କରୁ ନଥିଲେ। ସେମାନେ ମୋ ପୁଅକୁ ଝିଅ ମାଧ୍ୟମରେ ଡକାଇ ତାର ଏଭଳି ଅବସ୍ଥା କରିଛନ୍ତି।
କିଛିଦିନ ତଳେ ଯୁବତୀ ମୋର ପୁଅକୁ ଫୋନ କରିଥିଲା। ଆଉ କହିଥିଲା, ‘‘ତାର ବାପାଙ୍କ ହୃତଘାତ ହୋଇଛି ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିବ।’ ପୁଅ ଯୁବତୀଙ୍କ ଠାରୁ ଏଭଳି ଫୋନ କଲ ପାଇ ତୁରନ୍ତ ଯାଇ ତାଙ୍କ ଘରେ ପହଞ୍ଚିଯାଇଥିଲା। ଯୁବତୀଙ୍କ ଘରେ ମୋ ପୁଅ ପହଞ୍ଚିବା ପରେ ତାର ଭାଇ ଧାରୁଆ ଅସ୍ତ୍ରରେ ମୋ ପୁଅର ଗୁପ୍ତାଙ୍ଗ କାଟି ଦେଇଥିଲା। ଏହି ସମୟରେ ଯୁବତୀଙ୍କ ମା’ ଓ ବାପା ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ।’
ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ ଅଭିଯୋଗ ମୁତାବକ ଯୁବତୀଙ୍କ ଭାଇ, ମା’ ଓ ବାପାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହିତ ଯୁବତୀଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ସେ କହିଛି ‘ମୋତେ ଘରଲୋକ ଧମକ ଦେଇ ଅର୍ଜୁନ କୁମାର (ପ୍ରେମିକ)ଙ୍କୁ ଡାକିବାକୁ କହିଥିଲେ। ମୁଁ ଘର ଲୋକଙ୍କ କଥାରେ ଅର୍ଜୁନଙ୍କୁ ମିଛ କହି ଘରକୁ ଡାକିଥିଲି। ଅର୍ଜୁନ ଘରେ ପହଞ୍ଚିବା ପରେ ଭାଇ ତାଙ୍କର ଏଭଳି ଅବସ୍ଥା କରିବ ବୋଲି ମୁଁ ଜାଣି ନଥିଲି।’