ଦେଶ ବିଦେଶ

ନକଲି ପାସପୋର୍ଟ ଦୁର୍ନୀତି: ପଶ୍ଚିମବଙ୍ଗ, ସିକ୍କିମ୍‌ରେ ସିବିଆଇ ଚଢ଼ଉ, ୨ ଗିରଫ – Utkal Mail


କୋଲକାତା: ନକଲି ପାସପୋର୍ଟ ଦୁର୍ନୀତି ସହ ଜଡ଼ିତ ମାମଲାରେ ସିବିଆଇ ଶନିବାର କୋଲକାତା, ସିଲିଗୁଡ଼ି, ଦାର୍ଜିଲିଂ ଓ ଗାଙ୍ଗଟକ ସମେତ ପଶ୍ଚିମବଙ୍ଗ ଓ ସିକ୍କିମ୍‌ର ୫୦ରୁ ଅଧିକ ସ୍ଥାନରେ ଚଢ଼ଉ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗାଙ୍ଗଟକ ପାସପୋର୍ଟ ସେବା କେନ୍ଦ୍ରର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ଗୌତମ କୁମାର ଶାହା ଏବଂ ଜଣେ ହୋଟେଲ ଏଜେଣ୍ଟଙ୍କୁ ସିବିଆଇ ଗିରଫ କରିବା ସହ ତାଙ୍କଠାରୁ ୧,୯୦,୦୦୦ ଟଙ୍କା ଜବତ କରିଛି। ତା’ଛଡ଼ା ଆଉ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ନକଲି କାଗଜପତ୍ର ମାଧ୍ୟମରେ ପାସପୋର୍ଟ ଇସ୍ୟୁ କରୁଥିବା ୧୬ ଜଣ ଅଧିକାରୀ ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button