ମନୋରଞ୍ଜନ

ଶିଖର ପରିହାର କିଏ? ଜାହ୍ନବୀଙ୍କ ସହ କ’ଣ ତାଙ୍କର ସଂପର୍କ – Utkal Mail


ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ସବୁବେଳେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ଶିଖର ପରିହାରଙ୍କ ନାଁକୁ ତାଙ୍କ ନାଁରେ ଯୋଡ଼ା ହେଉଛି। ପାଠକେ ପଚାରିବେ, ଏ ଶିଖର ପରିହାର କିଏ? ଶିଖର ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କର ନାତି। ବ୍ୟବସାୟ କରନ୍ତି, ପୋଲୋ ଖେଳନ୍ତି ଓ ସମାଜସେବା ବି କରନ୍ତି।

ଶିଖର ଓ ଜାହ୍ନବୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି। ମୁମ୍ବାଇର ବିଭିନ୍ନ ଉତ୍ସବରେ, ପାର୍ଟିରେ, ଏପରିକି ଦୁହେଁ ସାଥିହୋଇ ଶିଖରଙ୍କ ଘରୁ ବାହାରୁ ଥିବାର ଅନେକ ଥର ଦେଖାଯାଇଛି। ଏପରିକି କିଛିଦିନ ତଳେ ଦୁହିଁଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେମାନେ ଏକାଠି ଛୁଟି କଟାଇବାଲାଗି ବିଦେଶର କୌଣସି ସ୍ଥାନକୁ ଯାଉଥିଲେ। ତେବେ ତାଙ୍କ ସଂପର୍କ କ’ଣ, ଏ ବିଷୟରେ ନା ଜାହ୍ନବୀ କେବେ ମୁହଁ ଖୋଲିଛନ୍ତି, ନା ଶିଖର। କିନ୍ତୁ ଦେଖୁଥିବା ଲୋକ କହୁଛନ୍ତି, ଉଭୟଙ୍କ ଭିତରେ କେବଳ ବନ୍ଧୁତା ନାହିଁ, ଭରପୂର ପ୍ରେମ ବି ଅଛି!




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button