ଦେଶ ବିଦେଶ

ମନ୍ଦିରରୁ ଦର୍ଶନ ସାରି ଫେରିବା ବାଟରେ କାର ଉଡ଼ରେ ଚଢ଼ିଗଲା ଟ୍ରକ; ଦୁଇଜଣ ଶିଶୁ ସମେତ ୮ଜଣଙ୍କ ମୃତ୍ୟୁ – Utkal Mail


ନୂଆଦିଲ୍ଲୀ: ତାମିଲନାଡ଼ୁରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣ ଶୁଶୁଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ, ରବିବାର ଏକ କାର ଓ ଟ୍ରକ ସାମ୍ନାସାମ୍ନୀ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ କାର ଉପରେ ଚଢ଼ି ଯାଇଥିଲା। ଫଳରେ କାର ଭିତରେ ବସିଥିବା ୮ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ତେବେ ଦୁର୍ଘଟଣାଗ୍ରସ୍ତ କ‌ାର ଭିତରେ ଚାପି ହୋଇ ରହିଥିବା ୮ଜଣଙ୍କ ମୃତଦେହକୁ  ଗ୍ୟାସ କଟର ସାହାଯ୍ୟରେ ବାହାର କରାଯାଇଥିଲା। ଏଥିସହିତ ସମସ୍ତ ୮ଜଣଙ୍କଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଦୁର୍ଘଟଣାର କାରଣ ଯାଞ୍ଚ କରାଯାଉଛି। ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ, ଜଣେ ମହିଳାଙ୍କ ସମେତ ଦୁଇଜଣ ଶିଶୁ ରହିଛନ୍ତି। ସେମାନଙ୍କ ସମ୍ପର୍କୀୟଙ୍କୁ ଯୋ‌ଗାଯୋଗ କରି ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ଫେରାର ଟ୍ରକ ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ତିରୁବନ୍ରାମଲାଇ-ବେଙ୍ଗାଲୁରୁ ଜାତୀୟରାଜପଥରେ ଘଟିଥିଲା। କାରରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଏକ ମନ୍ଦିର ଦର୍ଶନ ପ‌ରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଫେରୁଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଏହି କାରକୁ ଧକ୍କା ଦେଇ ଚଢ଼ିଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button