କ୍ରାଇମ

ନିଶାରାଣୀ ଗିରଫ ମାମଲା: ବାର୍‌ରେ ନାଚୁଥିଲା ମୁସ୍କାନ – Utkal Mail


ବଡ଼ବଡ଼ିଆଙ୍କୁ ଫସାଉଥିଲା

ଭୁବନେଶ୍ବର: ‘ଲଣ୍ଡା’ ଗ୍ୟାଙ୍ଗ ତିଆରି କରି ଲୁଟ୍ କରୁଥିବା ମାୟାବିନୀ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ମୁସ୍କାନ ରାଜଧାନୀର ଏକାଧିକ ଡ୍ୟାନ୍ସ ବାର୍‌ରେ ନାଚୁଥିଲା। ନାଚିବା ସମୟରେ ବାର୍‌କୁ ଯାଉଥିବା ବଡ଼ବଡ଼ିଆଙ୍କୁ ନିଜ ରୂପରେ ଫସାଉଥିଲା। ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା। ଭୁବନେଶ୍ବର ତଥା ଭୁବନେଶ୍ବର ବାହାର ଜିଲ୍ଲାର କେତେକ ବ୍ୟବସାୟୀ, ଧନୀ ଶ୍ରେଣୀର ଯୁବକ ମୁସ୍କାନ ଜାଲରେ ଫସି ଯାଇଥିଲେ। ମୁସ୍କାନ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଗତ କିଛି ମାସ ହେଲା ମୁସ୍କାନ ପାଇଁ ଡ୍ୟାନ୍ସ ବାର୍‌ ବାଟ ବନ୍ଦ ହୋଇଯିବା ପରେ ଲୁଟପାଟ୍ ଆରମ୍ଭ କରି ଦେଇଥିଲା। ଟ୍ରେନ୍ ଯାତ୍ରୀଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିଲା। ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ନିଜ ରୂପରେ ଫସାଉଥିଲା।

ପାଖକୁ ଡାକିବା ପରେ ସେମାନଙ୍କ ପାଖରୁ ସହଯୋଗୀଙ୍କ ସହାୟତାରେ ଟଙ୍କା, ମୋବାଇଲ ଫୋନ୍, ଦାମୀ ଜିନିଷ ଲୁଟୁଥିଲା। ପାଟି ଖୋଲିଲେ ଇଜ୍ଜତ ନେବାର ଭୟ ଦେଖାଉଥିଲା। ସରକାରୀ ଚାକିରିଆ କିମ୍ବା ଅନେକ ଯାତ୍ରୀ ଲୋକଲଜ୍ଜା ଭୟରେ ମୁହଁ ଖୋଲୁ ନ ଥିଲେ କି ଅଭିଯୋଗ କରୁ ନ ଥିଲେ। କାନମୁଣ୍ଡା ଆଉଁସି ଘରକୁ ଫେରୁଥିଲେ। ଗତ ବର୍ଷକ ଭିତରେ ମୁସ୍କାନକୁ ତିନି ଥର ଗିରଫ କରିଛି କମିସନରେଟ ପୁଲିସ। ଆଉ ଏକ ସାଂଘାତିକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପୁଲିସ ସୂଚନା ଅନୁସାରେ, ପ୍ରାୟ ୭/୮ ମାସ ତଳେ କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍ ରାଜମହଲ ନିକଟରୁ ଜଣେ ଅପରାଧୀକୁ ଗିରଫ କରିବାକୁ ଯାଇଥିଲା। ସମ୍ପୃକ୍ତ ଅପରାଧୀକୁ ଧରିବା ସମୟରେ ପାଖରେ ଥିବା ମୁସ୍କାନ ଜୋରରେ ପାଟି କରି ଡାକ ପକାଇଥିଲା। ସେଠାରେ ଲୋକ ରୁଣ୍ଡ ହୋଇ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପହଞ୍ଚିଥିଲେ। ମୁସ୍କାନ ବିରୋଧରେ ଏମିତି କିଛି ତଥ୍ୟ ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ନିଶା ଦେଇ ଲୁଟ୍ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖାରବେଳନଗର ଥାନା ପୁଲିସ ଭୁବନେଶ୍ବର ରେଳ ଷ୍ଟେସନ ନିକଟରୁ ମୁସ୍କାନ ସମେତ ୫ ଜଣଙ୍କୁ ଗିରଫ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button