ଦେଶ ବିଦେଶ

ଆରବ ସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ରୂପ ନେବା ସମ୍ଭାବନା – Utkal Mail


ମୁମ୍ବାଇ: ସୋମବାର ରାତିରେ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରୂପ ନେଇପାରେ । ଯଦି ବାତ୍ୟାରେ ପରିଣତ ହେଲା, ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ଏହା ହେବ ପ୍ରଥମ ବାତ୍ୟା ।

ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି ବୋଲି ପାଣିପାଗ ମଡେଲ ପୂର୍ବାନୁମାନ କରୁଛି। ତେବେ କୌଣସି ଠୋସ୍ ଆକଳନ କରିବା ଖୁବ୍ ଶୀଘ୍ର ହେବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ କହିଛି ।

ସ୍କାଏମେଟ୍ କହିଛି ଯେ ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ବିଷୁବୀୟ ଅଞ୍ଚଳ ନିକଟରେ ପାଣିପାଗ ପରିସ୍ଥିତି ସୃଷ୍ଟି ହେଉଛି, ଯାହାକି ଖୁବଶୀଘ୍ର ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ।

ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ସମୁଦ୍ରର ଦକ୍ଷିଣ-କେନ୍ଦ୍ରୀୟ ଭାଗକୁ ଗତି କରି ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଅତ୍ୟନ୍ତ ନିମ୍ନ ଅକ୍ଷାଂଶ ଏବଂ ପ୍ରତିକୂଳ ପରିବେଶ ପରିସ୍ଥିତି ଘୂର୍ଣ୍ଣିବଳୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ସଙ୍କେତ ଦେଉନାହିଁ। ତେବେ ଏହା ବାତ୍ୟା ରୂପ ନେବ କି ନା, ତାହା ଏବେ ଠାରୁ କହିହେବ ନାହିଁ ।

 




Related Articles

Leave a Reply

Your email address will not be published. Required fields are marked *

Back to top button