ନୀତି

ନବରାତ୍ରୀ ସମୟରେ ଏହି ସବୁ କାମ କରିବା ଖୁବ୍ ଭଲ; ଦୂର ହୋଇପାରେ ଦାରିଦ୍ରତା – Utkal Mail


ଆମେ ସମସ୍ତେ ଏକଥା ଜାଣନ୍ତି ଯେ ହିନ୍ଦୁ ଧର୍ମୀୟମାନଙ୍କ ପାଇଁ ନବରାତ୍ର କେତେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହି ସମୟରେ ମାଆ ଦୂର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ଆପଣ ଏକଥା ବି ଜାଣିଥିବେ ଯେ ଗତକାଲି, ଅର୍ଥାତ ଅକ୍ଟୋବର ୧୫ ତାରିଖରୁ ନବରାତ୍ର ଆରମ୍ଭ ହୋଇଯାଇଛି।

ହିନ୍ଦୁ ପାଞ୍ଜି ଅନୁସାରେ, ଅଶ୍ବିନୀ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ ନବରାତ୍ରୀ ପାଳନ କରାଯାଏ। ଏଥର ମାଆ ଦୂର୍ଗା ହାତୀ ଉପରେ ଆବିର୍ଭାବ ହେବେ। ସେ ତାଙ୍କ ଭକ୍ତମାନଙ୍କ ନିକଟରୁ ହାତୀ ଉପରେ ବସି ଯିବେ ବୋଲି ବିଶ୍ବାସ କରାଯାଉଛି।

ତେବେ ପ୍ରତ୍ୟେକ ପୂଜା କିମ୍ବା ଉତ୍ସବ ସମୟରେ କିଛି କାର୍ଯ୍ୟକୁ ଶୁଭ ମନାଯାଏ। ତେବେ ଚାଲନ୍ତୁ ଜାଣିବା ନବରାତ୍ର ସମୟରେ କେଉଁ ସବୁ ପୂଜାକୁ ବିଶେଷ ଗୁରୁତ୍ବ ଦିଆଯାଉଛି।

ନବରାତ୍ର ସମୟରେ ଦୂର୍ଗା ସପ୍ତଶତି ପାଠ କରିବା ଖୁବ୍ ଭଲ। ଏହାକୁ ପାଠ କଲେ ଆପଣଙ୍କ ଜୀବନରେ ଯଦି ଆଗକୁ କିଛି ଅଶୁଭ ହେବାକୁ ଥିବ ତ ମାଆ ଦୂର୍ଗା ତାହାକୁ ଦୂର କରିଦେବେ।

କୁହାଯାଏ ଯେ ଏହାକୁ ପାଠ କରିବା ଅନେକ ମହାତ୍ମ୍ୟ ଅଛି। ବ୍ୟକ୍ତିଙ୍କ ଜୀବନରୁ ଦାରିଦ୍ର୍ୟ ଦୂରେଇ ଯାଇଥାଏ ଏହାକୁ ପାଠ କରିବା ଦ୍ବାରା। ତେବେ ଶପ୍ତସତି ପାଠ କରିବା ପୂର୍ବରୁ ସର୍ବପ୍ରଥମେ କଳସ ପୂଜା କରିବା ଉଚିତ।

ଏହାପରେ ଏକ ନାଲି ରଂଗର କପଡ଼ା ଆଣି ଦୂର୍ଗା ସପ୍ତଶତି ପୁସ୍ତକକୁ ଗୁଡ଼ାଇକି ରଖନ୍ତୁ। ତେବେ ଶପ୍ତଶତି ପୂର୍ବରୁ ଓ ପରେ ନର୍ବାଣ ମନ୍ତ୍ର ଜପ କରିବା ଉଚିତ ହୋଇଥାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button