ମନୋରଞ୍ଜନ

ବିବାହ ପରେ ସ୍ବାମୀଙ୍କ ସହ ହନିମୁନ୍‌ରେ ନୁହେଁ, ‘ଗାର୍ଲ-ଗ୍ୟାଙ୍ଗ୍‌’ ସହ ଛୁଟି କାଟିବାକୁ ଗଲେ ପରିଣୀତି – Utkal Mail


ମୁମ୍ବାଇ:  ‘ହସି ତୋ ଫସି’ ଅଭିନେତ୍ରୀ ପରିଣୀତି ଚୋପ୍ରା ୨୩ ସେପ୍ଟେମ୍ବରରେ ରାଜନେତା ରାଘବ ଚାଢ଼ାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ପ୍ରେମପକ୍ଷୀ ଉଦୟପୁରରେ ନିଜ ସଂପର୍କୀୟ ଓ ଶୁଭେଚ୍ଛୁଙ୍କ ଗହଣରେ ପରସ୍ପରଙ୍କ ଜୀବନସାଥୀ ପାଲଟିଛନ୍ତି। ସେମାନଙ୍କ ବିବାହ ପରେ ରାଘବ ଓ ପରୀ ହନୁମୁନ୍‌ରେ କୁଆଡ଼େ ଯିବେ ତାହା ଉପରେ ସଭିଙ୍କ ନଜର ରହିଥିଲା। ହେଲେ ସେପରି ହୋଇନାହିଁ। ବିବାହ ପରେ ଦୁହେଁ ହନିମୁନ୍‌ ଯାଇନାହାନ୍ତି। ବରଂ ରାଘବକୁ ଛାଡ଼ି ଏକୁଟିଆ ମାଳଦ୍ବୀପ ଯାଇଛନ୍ତି ପରିଣୀତି।

ବିବାହ ପରେ ଏହା ପରୀଙ୍କ ପ୍ରଥମ ବିଦେଶ ଗସ୍ତ। ସେ ତାଙ୍କର ଏହି ଗସ୍ତକୁ ନିଜ ଗାର୍ଲ-ଗ୍ୟାଙ୍ଗ୍‌ ସହ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ଯେଉଁ ଫଟୋ ତାଙ୍କ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି, ସେଥିରେ ସେ ମାଳଦ୍ବୀପ ସମୁଦ୍ରକୂଳରେ ମଜା କରୁଥିବାର ନଜର ଆସିଛନ୍ତି। ଫଟୋରେ ସେ ନିଜର କିମ୍ବା ତାଙ୍କ ବନ୍ଧୁମାନଙ୍କ ଚେହେରା ଦେଖାଇ ନାହାନ୍ତି। ହେଲେ ସେ ହାତରେ କଫି କପ୍‌ ଧରି ଫଟୋ ଉଠାଇଥିବା ବେଳେ ତାଙ୍କ ଚୁଡ଼ା ଦେଖି ହାତଟି ତାଙ୍କର ବୋଲି ଜାଣିହୋଇଛି।

ବିବାହ ପରେ କିଛି ସମୟ ନିଜ ପାଇଁ ବାହାର କରି ମାଳଦ୍ବୀପର ସୁନ୍ଦର ପରିବେଶରେ ଉପଭୋଗ କରୁଛନ୍ତି ପରୀ। ତେବେ ରାଘବ ଓ ପରୀ ହନିମୁନ୍‌ରେ କୁଆଡ଼େ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button