ଦେଶ ବିଦେଶ

‘ଚନ୍ଦ୍ରଯାନ-୩’ ଖୁସିରେ ଶୋଇଛି; ଉଠିବାକୁ ଚାହିଁଲେ ଉଠିବ, ଆମେ ଅପେକ୍ଷା କରିଛୁ : ଇସ୍ରୋ ମୁଖ୍ୟ – Utkal Mail


ଜାନୁଆରି ମଧ୍ୟଭାଗ ସୁଦ୍ଧା ଆଦିତ୍ୟ ନିଜର ଗନ୍ତବ୍ୟସ୍ଥଳ ଏଲ୍‌-୧ରେ ପହଞ୍ଚିବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ନିଜର କାମ ବହୁତ ଭଲ ଭାବେ କରିବା ପରେ ଏବେ ଖୁସିରେ ଚନ୍ଦ୍ରରେ ଶୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍‌ ସୋମନାଥ ସୋମବାର କହିଛନ୍ତି। ସୋମନାଥ ଆହୁରି ମଧ୍ୟ ସଙ୍କେତ ଦେଇଛନ୍ତି ଯେ ମହାକାଶ ଏଜେନ୍‌ସି ଲ୍ୟାଣ୍ଡର ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ରଖିଛି; କିନ୍ତୁ ଏହା ପୁନରୁଦ୍ଧାର ହେବାର ସମ୍ଭାବନା ନାହିଁ।

‘ସେମାନଙ୍କ ଠାରୁ କୌଣସି ସଙ୍କେତ ମିଳିନାହିଁ। ଯୋଗାଯୋଗ ସ୍ଥାପନ ପାଇଁ ଉଦ୍ୟମ ଜାରି ରହିବ’ ବୋଲି ସୋମନାଥ କହିଛନ୍ତି। ‘ହୁଏତ ଯଦି ଏହା ଉଠିବାକୁ ଚାହୁଁଛି, ତେବେ ଏହାକୁ ଉଠିବାକୁ ଦିଆଯିବ। ସେପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ।’

ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ଦିବସ (ପୃଥିବୀର ୧୪ ଦିନ ସହ ସମାନ) ସମୟରେ ନିଜର କାର୍ଯ୍ୟକୁ ବହୁତ ଭଲ ଭାବରେ ସମ୍ପାଦନ କରିଥିଲା।

ସେପ୍ଟେମ୍ବର ମାସରେ ଚନ୍ଦ୍ରରେ ରାତି ଆରମ୍ଭ ହେବା ପରେ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମକୁ ସ୍ଲିପ୍ ମୋଡରେ ରଖାଯିବାର ୧୪ ଦିନ ପରେ ଇସ୍ରୋ ସେମାନଙ୍କ ସହ ଯୋଗାଯୋଗ ପୁନଃସ୍ଥାପନ କରିବାକୁ ପ୍ରୟାସ କରିଥିଲା।

ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଲଫରର ଉପସ୍ଥିତି ଚିହ୍ନଟ କରିବା ଏବଂ ଆପେକ୍ଷିକ ତାପମାତ୍ରା ରେକର୍ଡ କରିବା ସମେତ ବିଭିନ୍ନ କାର୍ଯ୍ୟ ବେଶ୍ କୁଶଳତାର ସହ ସଂପାଦନ କରିଥିଲେ।

ଏଥିସହ ସୋମବାର ଇସ୍ରୋ ଅଧ୍ୟକ୍ଷ ସୋମନାଥ ସୂର୍ଯ୍ୟ ଅଧ୍ୟୟନ ପାଇଁ ଇସ୍ରୋର ପ୍ରଥମ ଅଭିଯାନ ବିଷୟରେ ଏକ ଅପଡେଟ୍‌ ଦେଇ କହିଛନ୍ତି ଯେ ମହାକାଶଯାନ ଠିକ୍ କାମ କରୁଛି । ଏବଂ ଗନ୍ତବ୍ୟସ୍ଥଳ  ଏଲ୧କୁ ୧୧୦ ଦିନର ଲମ୍ବା ଯାତ୍ରାକୁ ଏହା ଜାରି ରଖିଛି। ଜାନୁଆରି ମଧ୍ୟଭାଗ ସୁଦ୍ଧା ସୂର୍ଯୋଯାନ ଆଦିତ୍ୟ ନିଜର ଗନ୍ତବ୍ୟସ୍ଥଳ ଏଲ୍‌-୧ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ୧୧୦ ଦିନର ଏକ ଲମ୍ବା ଯାତ୍ରା ହୋଇଥିବା ବେଳେ ଏହା ଏବେ କିଛି ଦୂରତା ଅତିକ୍ରମ କରିଛି। ଆମେ ଏହାର ଗତିପଥର ଟିକିଏ ସଂଶୋଧନ କରିଛୁ, କାରଣ ଏଲ୍‌-୧ ବିନ୍ଦୁରେ ପହଞ୍ଚିବା ପାଇଁ ପ୍ରାରମ୍ଭିକ ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ଟ୍ରାକିଂ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ଏଲ୍‌-୧ ପଏଣ୍ଟ ଆଡ଼କୁ ସଠିକ୍‌ ଦିଗରେ ଗତି କରୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button