ସନ୍ତାନ ଜନ୍ମରେ ବି ସହାୟକ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ – Utkal Mail
ବେଙ୍ଗାଲୁରୁ : ଆଜିକାଲି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଚର୍ଚ୍ଚା ଜାରି ରହିଛି । ଏହି ଟେକନଲୋଜୀ ମଣିଷ ଜୀବନକୁ ଆହୁରି ସହଜ କରିଦେଇଛି । ବିଭିନ୍ନ କ୍ଷେତ୍ରରେ ଏହି ଟେକନଲୋଜୀର ବ୍ୟବହାର କରାଯାଉଛି । କିନ୍ତୁ ଆଶ୍ଚର୍ଯ୍ୟକଥା ହେଉଛି ଫର୍ଟିଲିଟି କ୍ଷେତ୍ରରେ ବି ଏଆଇର ବ୍ୟବହାର ଆରମ୍ଭ ହୋଇଛି ।
ଏଆଇ ଓ ମେସିନ ଲର୍ଣ୍ଣିଂକୁ ବ୍ୟବହାର କରି ନିଃସନ୍ତାନ ଦମ୍ପତିଙ୍କୁ ଫର୍ଟିଲିଟି ସେବା ପ୍ରଦାନ କରୁଛି ସନ୍ତାନ ଫର୍ଟିଲିଟି ସେଣ୍ଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । ଏହି କମ୍ପାନିର ସହପ୍ରତିଷ୍ଠାତା ଓ ସିଇଓ ଅଛନ୍ତି ଜଣେ ଓଡ଼ିଆ । ତାଙ୍କ ନାଁ ହେଉଛି ରାଘବ ପ୍ରସାଦ ପଣ୍ଡା । ନିକଟରେ କମ୍ପାନି ପକ୍ଷରୁ ବେଙ୍ଗାଲୁରୁଠାରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ଖୋଲାଯାଇଛି । ଓଡ଼ିଶାରେ ବି କମ୍ପାନିର ଏପରି ଏକ କେନ୍ଦ୍ର ରହିଛି ।
ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ଏକ ସଂସ୍ଥା ଭାବେ ସନ୍ତାନ ପକ୍ଷରୁ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ), ମେସିନ ଲର୍ଣ୍ଣିଂ (ଏମ୍ଏଲ୍) ଆଦି ପ୍ରଯୁକ୍ତିର ବ୍ୟବହାର କରି ଫର୍ଟିଲିଟି ସେବା ପ୍ରଦାନ କରାଯାଉଛି । ଏଆଇ ଓ ଏମ୍ଏଲ୍ର ଶକ୍ତିକୁ ବ୍ୟବହାର କରି ଏହା ଚିକିତ୍ସାର ପାରଦର୍ଶିତାରେ ଉନ୍ନତି ଆଣିଥିବା ବେଳେ ଫଳାଫଳ ହାରରେ ମଧ୍ୟ ଉନ୍ନତି ଆଣିପାରିଛି ।