ଦେଶ ବିଦେଶ

ଲେବାନନ୍‌ରେ ହେଜବୋଲ୍ଲା ଅତଙ୍କବାଦୀକୁ ଟାର୍ଗେଟ କରି ରାତାରାତ ଏକ ଏୟାର୍‌ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ – Utkal Mail


ୱାସିଂଟନ୍‌: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଇସ୍ରାଏଲ ସେନାର ଏକ ବିବୃତ୍ତି ଅନୁଯାୟୀ, ଲେବାନନ୍‌ରେ ହେଜବୋଲ୍ଲା ଅତଙ୍କବାଦୀକୁ ଟାର୍ଗେଟ କରି ଇସ୍ରାଏଲ ରାତାରାତ ଏକ ଏୟାର୍‌ ଷ୍ଟ୍ରାଇକ୍‌ କରିିଛି। ଲେବାନନ୍‌ର ହିଜବୁଲା ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନକୁ ଇସ୍ରାଏଲ ସେନା ସାମରିକ ଟାର୍ଗେଟ କରିଛି ବୋଲି ବିବୃତିରେ କୁହାଯାଇଛି।

ଇସ୍ରାଏଲ- ଲେବାନନ୍‌ ସୀମାରେ ରାତାରାତି ହୋଇଥିବା ଏହି ଏୟାର୍‌ ଷ୍ଟ୍ରାଇକ୍‌ରେ ଲେବାନନ୍‌ର ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଓ ୨ ଜଣ ସାଧାରଣ ଜନତା ରହିଛନ୍ତି। ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ କରିବାକୁ ପ୍ରସ୍ତୁତ ରହିଥିବା ହେତୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତର ଗାଜା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ‌ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ଏନେଇ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଥିଲେ। ରିପୋର୍ଟରୁ ପ୍ରକାଶ ଯେ ଯୁଦ୍ଧ ଭିତରେ ବାଇଡେନ୍‌ ଆସନ୍ତାକାଲି ଇସ୍ରାଏଲ୍‌ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିଜର ସାହାଯ୍ୟ ଓ ସମର୍ଥନର ହାତ ବଢ଼ାଇବେ। ଅନ୍ୟପକ୍ଷରେ ଗତକାଲି ହାମାସ ମୁଖପାତ୍ର ଆବୁ ଓବାଇଡେ କହିଛନ୍ତି, ‘‘ଇସ୍ରାଏଲର ଗାଜା ଉପରେ ଆକ୍ରମଣ ଆମକୁ ଭୟଭୀତ କରିନାହିଁ। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ।’’

ଯୁଦ୍ଧ ପାଇଁ ଗାଜାରେ ଅତ୍ୟନ୍ତ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ହସ୍ପିଟାଲ ଗୁଡ଼ିକରେ ଯୁଦ୍ଧ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଶେଷ ହୋଇ ଆସିଲାଣି। ଗାଜାରେ ଜଳ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଇତି ମଧ୍ୟରେ ଲେବାନନ୍‌ ସହ ଇସ୍ରାଏଲ ସୀମାରେ ଲଢ଼େଇ ରବିବାରଠାରୁ ତୀବ୍ର ହେବାରେ ଲାଗିଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button