କ୍ରାଇମ

ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଚଢ଼ଉ: ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ – Utkal Mail


ବାଲେଶ୍ବର: ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୁରୁଣା ବାଲେଶ୍ଵରରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ଉ କରି ପ୍ରାୟ ୪୧ ହଜାର ଲିଟର ପୋଚ ଜବତ କରିଛି। ଜବତ ପୋଚର ମୂଲ୍ୟ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏଥି ସହ ୭ଶହଟି ଡ୍ରମ, ୫୦୦ ଲିଟର ରନ୍ଧା ଦେଶୀ ମଦ ଏବଂ ୧୦ କ୍ବିଣ୍ଟାଲ କାଠ ଜବତ କରାଯାଇଛି।
ଦୂର୍ଗାପୂର୍ଜା ଉପଲକ୍ଷେ ପ୍ରଚୁର ପରିମାଣର ମଦ ରନ୍ଧାଯାଉଥିବା ନେଇ ଖବର ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଏହି ଟିମରେ ପ୍ରାୟ ୧୦୦ ଜଣ କର୍ମଚାରୀ ସାମିଲ ହୋଇଥିଲେ। ଚଢ଼ଉ ଖବର ଶୁଣି ପୋଖରୀ ଭିତରେ ଏବଂ ମାଟି ତଳେ ମଦ ଓ ପୋଚ ଲୁଚାଇ ରଖିଥିଲେ ମଦ ମାଫିଆ। ଚଢ଼ଉ ପରେ ବିପୁଳ ପରିମାଣର ମଦ ଜବତ କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button