କ୍ରାଇମ

ମାୟାବିନୀଙ୍କ ମୋହରେ ବଡ଼ବଡ଼ିଆ: ମାତିଛନ୍ତି ଅର୍ଚ୍ଚନା, ଇରାନୀ, ମୁସ୍କାନମାନେ… – Utkal Mail


ଭୁବନେଶ୍ବର: ସୁନ୍ଦର ଚେହେରା। ଆକର୍ଷିତ କଲା ଭଳି ରୂପ। ଏତିକିରେ ବଶୀଭୂତ କରି ଲୁଟିବା ହେଉଛି ସେମାନଙ୍କର ପେସା। ଜଣକ ପରେ ଜଣେ ଏଭଳି ମାୟାବିନୀଙ୍କ ଚେହେରା ସାମ୍ନାକୁ ଆସିବା ପରେ ଏବେ ହଇଚଇ ସୃଷ୍ଟି ହେଲାଣି। ସାଧାରଣ ଲୋକ ନୁହଁନ୍ତି, ପ୍ରଭାବଶାଳୀ ରାଜନେତା, ବିଧାୟକ, ଡାକ୍ତର, ଇଞ୍ଜିନିୟର, ସରକାରୀ ଅଧିକାରୀ, ଛାତ୍ର, ଏମାନଙ୍କ ମାୟାରେ ବାୟା। ହନିଟ୍ରାପ୍‌ରେ ପଡ଼ିବା ପରେ ବ୍ଲାକ୍‌ମେଲିଂ ଆରମ୍ଭ କରି ଦେଉଛନ୍ତି ଏହି ସୁନ୍ଦରୀମାନେ। ଶାରୀରିକ ସମ୍ପର୍କ ବେଳର ଭିଡିଓ ତିଆରି କରି ଟଙ୍କା ଲୁଟି ଚାଲିଛନ୍ତି। ମୁହଁ ଖୋଲିବାକୁ କେହି ସାହସ ଜୁଟାଇ ପାରୁ ନାହାନ୍ତି। ସୁନ୍ଦରୀ ଧରା ପଡ଼ିବା ପରେ ଯେବେ ଗୁମର ଖୋଲୁଛି ,ସେବେ କମ୍ପନ ସୃଷ୍ଟି ହେଉଛି। ହଁ, ଆମେ ରାଜଧାନୀ ଭୁବନେଶ୍ବର କଥା କହୁଛନ୍ତି। ଅର୍ଚ୍ଚନା, ଇରାନୀ, ମୁସ୍କାନ୍ ମାମଲା ସାମ୍ନାକୁ ଆସିଛି। ଆଉ ଏମିତି ଅନେକ ମାୟାବିନୀ ଛପି ରହିଛନ୍ତି। ପୂରା ରାଜ୍ୟରେ ଏବେ ଏମାନଙ୍କୁ ନେଇ ଚର୍ଚ୍ଚା ଚାଲିଛି।

ଠିକ୍ ବର୍ଷକ ତଳେ ବ୍ଲାକମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅର୍ଚ୍ଚନା ‘ନାଗ’ ପେଡ଼ି ଖୋଲିବା ପରେ ଅନେକ ଲୋକଙ୍କ ହୋସ୍ ଉଡ଼ି ଯାଇଥିଲା। ରାଜନେତା, ବିଧାୟକ, ବ୍ୟବସାୟୀ, ସରକାରୀ ଅଧିକାରୀଙ୍କ ଭଳି ମାଳ ମାଳ ବ୍ୟକ୍ତିଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା। ଖଣ୍ଡଗିରି ଥାନା ପୁଲିସ କେବଳ ପ୍ରଯୋଜକଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁକୁ ଗିରଫ କରିଥିଲା। କିନ୍ତୁ ଅନେକ ପ୍ରମାଣ ଥାଇ ମଧ୍ୟ ପେଡ଼ି ଖୋଲିବାକୁ ସାହସ ଜୁଟାଇ ପାରିନାହିଁ। ଯଦି ରହସ୍ୟ ଖୋଲିଥାନ୍ତା; ଏମିତି ବିସ୍ଫୋରଣ ହୋଇଥାନ୍ତା ସମ୍ଭାଳିବା କଷ୍ଟକର ହୋଇ ପଡ଼ିଥାନ୍ତା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ ଏହି ମାମଲା ଯାଇଛି। ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ସହ ଅର୍ଥ କାରବାର ନେଇ ବ୍ୟବସାୟୀ, କେତେକ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରିଛି ଇଡି।

ପ୍ରାୟ ବର୍ଷକ ପରେ ଛୋଟ ବା ମିନି ଅର୍ଚ୍ଚନା କାରନାମା ସାମ୍ନାକୁ ଆସିଥିଲା। ତମାଣ୍ଡୋ ଅଞ୍ଚଳରୁ ଇରାନୀ ପାତ୍ରକୁ ଗିରଫ କରିଥିଲା ପୁଲିସ। ଜଣେ ଡାକ୍ତରଙ୍କୁ ପଣବନ୍ଦୀ ରଖି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗ ଥିଲା। ଇରାନୀ, ତାର ସ୍ବାମୀ ସମେତ ୪ ଜଣଙ୍କୁ ବାନ୍ଧିଥିଲା ତମାଣ୍ଡୋ ଥାନା ପୁଲିସ। ଗିରଫ ପରେ ଯେଉଁ ରୋଚକ ତଥ୍ୟ ପୁଲିସ ହାତରେ ଲାଗିଥିଲା ହୋସ୍ ଉଡ଼ାଇ ଦେଇଥିଲା। ବ୍ୟବସାୟୀ, ଛାତ୍ର, ଡାକ୍ତର, ଇଞ୍ଜିନିୟର ଇରାନୀ ବ୍ଲାକମେଲିଂର ଶିକାର ହୋଇଥିଲେ। ଫେସବୁକ୍, ଇନଷ୍ଟାଗ୍ରାମରେ ବଡ଼ବଡ଼ିଆଙ୍କ ସହ ବନ୍ଧୁତା କରିବା ପରେ ସେମାନଙ୍କୁ ମୋବାଇଲ୍ ନମ୍ବର ଦେଉଥିଲା। ଏହା ପରେ ହ୍ବାଟସଆପ୍ ଚାଟିଂ, କଲିଂ ଚାଲୁଥିଲା। ଯିଏ ଜାଲରେ ଫସିଲା ତାକୁ ଘରକୁ ଡାକୁଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରୁଥିଲା ସ୍ବାମୀ। ଅନ୍ୟ ସହଯୋଗୀଙ୍କ ସହ ମିଶି ବ୍ଲାକମେଲିଂ କରି ଲୁଟପାଟ୍ କରୁଥିଲା। ଇରାନୀକୁ ରିମାଣ୍ଡରେ ଆଣି ଗୁମର ଖୋଲିଥିଲା ପୁଲିସ। ଏବେ ଖାରବେଳନଗର ଥାନା ପୁଲିସ ହାତରେ ଗିରଫ ହୋଇଥିବା ମାୟାବିନୀ ମୁସ୍କାନର ମଧ୍ୟ ଗୁମର ଖୋଲିବାରେ ଲାଗିଛି। ଲୁଟ୍‌ପାଟ୍ ନେଇ ସହଯୋଗୀଙ୍କ ସହ ଗିରଫ ହୋଇଥିବା ମୁସ୍କାନର କାରନାମା ସମ୍ପର୍କରେ ଜାଣିବାକୁ ପାଇଛି ପୁଲିସ। ମୁସ୍କାନ ପୂର୍ବରୁ ରାଜଧାନୀର ଏକାଧିକ ଡ୍ୟାନ୍ସ ବାରରେ ନାଚୁଥିଲା। ସେଠାକୁ ଆସୁଥିବା ବଡ଼ବଡ଼ିଆଙ୍କୁ ନିଜ ଜାଲରେ ଫସାଉଥିଲା। ବିଶେଷ କରି ବ୍ୟବସାୟୀ, ଛାତ୍ର, ଧନୀ ଯୁବକ ଥିଲେ ଗରାଖ। ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା। ଖାଲି ଯେ ବାର୍ ତା ନୁହେଁ ରେଳ ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ବିଭିନ୍ନ ଇସାରା ଦେଇ ପାଖକୁ ଡାକୁଥିଲା। ସେମାନଙ୍କୁ ଟଙ୍କା, ମୋବାଇଲ ଫୋନ୍ ଦେଇ ଦେବା ପାଇଁ କହୁଥିଲା। ନଚେତ୍ ଜୋରରେ ପାଟି କରି ଅସଦାଚରଣ କରୁଥିବା ଅଭିଯୋଗର ଭୟ ଦେଖାଉଥିଲା। ସହଯୋଗୀଙ୍କ ସହାୟତାରେ ପୂରା ଫିଲ୍ମ ଷ୍ଟାଇଲରେ ଲୁଟୁଥିଲା। ମୁସ୍କାନ ଗ୍ୟାଙ୍ଗରେ ଦୁଇ ଜଣ ଯୁବତୀ ମଧ୍ୟ ଥିଲେ। ସେମାନେ ହେଲେ ପାୟଲ ଓ ସୋନମ୍। ସେମାନେ ମଧ୍ୟ ମୁସ୍କାନ ସହ ମିଶି ଲୋକଙ୍କୁ ଲୁଟୁଥିଲେ। ଏହି ଦୁଇ ଜଣ କେଉଁଠି ସେମାନଙ୍କର ପତ୍ତା ମିଳୁନି।

ଅର୍ଚ୍ଚନା, ଇରାନୀ, ମୁସ୍କାନ ଭଳି ରାଜଧାନୀରେ ଆହୁରି ଅନେକ ଲୁଚି ଛପି ସେମାନଙ୍କର କାରନାମା ଚଳାଇଛନ୍ତି। କେଉଁଠି ଘଟଣା ଜଣାପଡ଼ୁ ନାହିଁ, ଆଉ କେଉଁଠି ଲୋକଲଜ୍ଜା ଭୟରେ ଅଭିଯୋଗ ହେଉ ନାହିଁ। କେତେକ ସ୍ଥାନରେ ବ୍ଲାକମେଲିଂର ଶିକାର ହେଉଥିବା ଲୋକ ଟଙ୍କା ଦେଇ ମାମଲାର ଆପୋସ ସମାଧାନ ମଧ୍ୟ କରି ଦେଉଛନ୍ତି। ପୂର୍ବରୁ କେତେକ ଘଟଣା ଥାନାକୁ ଯାଇ ସେଠାରେ ସମାଧାନ ହୋଇଥିବା ମଧ୍ୟ କୁହାଯାଉଛି। ମାୟାବିନୀଙ୍କ ମୋହରେ ଅନେକ ବଡ଼ବଡ଼ିଆ ପାଗଳ ହୋଇ ଯାଉଛନ୍ତି। ଅନେକ ବିବାହିତ ପୁରୁଷ ମଧ୍ୟ ପରକୀୟା ପ୍ରୀତିରେ ପଡ଼ି ହନିଟ୍ରାପର ଶିକାର ହେଉଛନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button