ଓଡିଶା

ପୋଖରୀକୁ ବୁଡ଼ି ମା ଝିଅ ମୃତ – Utkal Mail


ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁଁ ମା’ ଏବଂ ଝିଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ। ଅପରାହ୍ନ ସମୟରେ ମା’ ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିବା ବେଳେ ଘରକୁ ଫେରିବାରୁ ବିଳମ୍ୱ ହେବାରୁ ପାରିବାର ଲୋକ ଖୋଜା ଖୋଜି କରିଥଲେ।

ଦଶପଲ୍ଲା : ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁଁ ମା’ ଏବଂ ଝିଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ। ଅପରାହ୍ନ ସମୟରେ ମା’ ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିବା ବେଳେ ଘରକୁ ଫେରିବାରୁ ବିଳମ୍ୱ ହେବାରୁ ପାରିବାର ଲୋକ ଖୋଜା ଖୋଜି କରିଥଲେ।

ପରେ ପୋଖରୀରୁ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ମୃତକ ମା’ ରୀନା ପ୍ରଧାନ(୩୦ ବର୍ଷ) ଓ ଝିଅ ବର୍ଷା ପ୍ରଧାନ(୧୩ ବର୍ଷ )ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରିଛି।


Related Articles

Leave a Reply

Your email address will not be published. Required fields are marked *

Back to top button