ନୀତି

ବଜାଜ୍‌ ଡୋମିନାର୍‌-୪୦୦ ବାଇକ୍‌କୁ ସୁଜୁକି ହାୟିବୁସା କରିଦେଲେ ରାସ୍ତାକଡ଼ ମିସ୍ତ୍ରୀ – Utkal Mail


ନୂଆଦିଲ୍ଲୀ: ଜଣେ ରାସ୍ତାକଡ଼ ମିସ୍ତ୍ରୀ ଗୋଟାଏ ବଜାଜ୍‌ ଡୋମିନାର୍‌-୪୦୦ ମୋଟର୍‌ସାଇକେଲ୍‌କୁ ସୁଜୁକି ହାୟିବୁସା ‘ସ୍ପୋର୍ଟସ୍‌ବାଇକ୍‌’ରେ ପରିଣତ କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସାର ପାତ୍ର ହୋଇଛନ୍ତି।

‘ଇନ୍‌ଷ୍ଟାଗ୍ରାମ୍‌’ରେ ଇଝାର୍‌ ଅଶ୍‌ରଫ୍‌ ନାମରେ ସୁପରିଚିତ ଏହି ମିସ୍ତ୍ରୀ ଗୋଟାଏ ଡୋମିନାର୍‌-୪୦୦ ମୋଟର୍‌ସାଇକେଲ୍‌କୁ ସମ୍ପୂର୍ଣ୍ଣ ଖୋଲି ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ତାହାକୁ ହାୟିବୁସାର ରୂପ ଦେବା ପାଇଁ ସେ କେତେକ ଉପକରଣ ଓ ଯନ୍ତ୍ରାଂଶ କଟାଯୋଡ଼ା କରିଥିଲେ।

ଇଝାର୍‌ ଅଶ୍‌ରଫ୍‌ ତାଙ୍କର ଗୋଟାଏ ‘ଇନ୍‌ଷ୍ଟାଗ୍ରାମ୍‌’ ରିଲ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ‘ଡୋମିନାର୍‌-୪୦୦’ ବାଇକ୍‌ଟି ତାଙ୍କ ନିକଟରେ ୬ ମାସ ହେବ ଅବ୍ୟବହୃତ ହୋଇ ପଡ଼ିଥିଲା। ତା’ପରେ ସେ ତାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ନେଇଥିଲେ।

Image Grabbed From Video

ଏହି ରୂପାନ୍ତରୀକରଣ ପ୍ରକଳ୍ପର ବିଶେଷତ୍ବ ହେଲା ଟିକିନିଖି ଜିନିଷ ପ୍ରତି ଇଝାର୍‌ ଅଶ୍‌ରଫ୍‌ଙ୍କର ଧ୍ୟାନ। ପରିଶେଷରେ ଏହି ବାଇକ୍‌ଟି ଯେମିତି ପ୍ରକୃତ ସୁଜୁକି ହାୟିବୁସା ପରି ଦିଶିବ, ସେ କାର୍ଯ୍ୟରେ ଇଝାର୍‌ ଅଶ୍‌ରଫ୍‌ ତିଳେମାତ୍ର ହେଳା କରି ନାହାନ୍ତି।

ଇଝାର୍‌ ଅଶ୍‌ରଫ୍‌ଙ୍କ ଅନ୍ୟ ଭିଡିଓଗୁଡ଼ିକରେ ଉଲ୍ଲେଖ କରାଯାଇଛି ଯେ, ଇଞ୍ଜିନ୍‌ ସମେତ ମୋଟର୍‌ସାଇକେଲ୍‌ର କେତେକ ମୂଳ ଜିନିଷ ଅପରିବର୍ତ୍ତିତ ରହିଛି। ଅର୍ଥାତ୍‌ ସେଥିରେ ସେହି ‘୩୭୩.୩ ସିସି’ ଲିକୁଇଡ୍‌ କୁଲ୍‌ଡ୍‌ ଇଞ୍ଜିନ୍‌ ରହିଛି ଯାହା ୮,୮୦୦ ‘ଆର୍‌ଏମ୍‌ପି’ ପାୱାର୍‌ରେ ସର୍ବାଧିକ ୪୦ ‘ବିଏଚ୍‌ପି’ ପାୱାର୍‌ ଉତ୍ପାଦନ କରେ। ବାଇକ୍‌ ଟ୍ୟାଙ୍କ୍‌ରେ ୧୩ ଲିଟର୍‌ ଇନ୍ଧନ ଧରୁଛି ଓ ଲିଟର୍‌ ପିଛା ୨୭ କିଲୋମିଟର୍‌ ଚାଲୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button