ମନୋରଞ୍ଜନ

କରଣ ଜୋହରଙ୍କୁ କାଟି ଗ୍ରୁପ ଫଟୋ ସେୟାର କଲେ ବିବେକ, କାରଣ ପଚାରିଲେ ଲୋକେ – Utkal Mail


ନୂଆଦିଲ୍ଲୀ: ମଙ୍ଗଳବାର ଦେଶର ରାଜଧାନୀ ଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମୟରେ ଶ୍ରେଷ୍ଠ ଅଭିନେତା ଭାବରେ ‘ପୁଷ୍ପା’ ପାଇଁ ଅଲ୍ଲୁ ଅର୍ଜୁନ ଓ  ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଗଙ୍ଗୁବାଈ କାଠିଆୱାଡି’ ପାଇଁ ଆଲିଆ ଭଟ୍ଟ ଓ କ୍ରିତି ସାନନଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ବିବେକ ଅଗ୍ନିହୋତ୍ରୀଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏହାପରେ ବିବେକ ଅଗ୍ନିହୋତ୍ରୀ ଏହି କାର୍ଯ୍ୟକ୍ରମର କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସମସ୍ତ ସେଲିବ୍ରିଟି ନଜର ଆସିଛନ୍ତି। କିନ୍ତୁ ଏହି ଫଟୋରେ ବିବେକଙ୍କ ସହ ନଥିବା ସିନେ-ବ୍ୟକ୍ତିତ୍ବ ହେଉଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର। ବାସ୍ତବରେ କରଣ ଗ୍ରୁପ ଫଟୋରେ ଥିଲେ ବି ବିବେକ ଅଗ୍ନିହୋତ୍ରୀ ତାଙ୍କୁ କ୍ରପ୍ କରିଦେଇଥିଲେ। ଏମିତି କି କରଣ ପୁରସ୍କାର ଗ୍ରହଣ କରୁଥିବା ବେଳେ ବିବେକ ଖୁସି ନଥିବାର ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଆଖିର ଚାହାଣିକୁ ନେଇ ସୋସିଆଲ୍ ମିଡିଆରେ କଥା ଉଠିଥିଲା।

ଏବେ କରଣଙ୍କୁ କାଟି ଗ୍ରୁପ ଫଟୋ ସେୟାର କରିବାରୁ ବିବେକଙ୍କୁ କାରଣ ପଚାରିଛନ୍ତି ଲୋକେ। ଏହା ସହ କିଛି ଲୋକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଦେଖାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button