ମନୋରଞ୍ଜନ

‘ବିଗ୍‌ ବସ୍‌’ରେ ସାରାଙ୍କୁ ବିବାହ କରି ପାଲଟିଥିଲେ ଜଣାଶୁଣା; ଏବେ ତୃତୀୟ ବିବାହ କରିବେ ଅଲି – Utkal Mail


ମୁମ୍ବାଇ: ରିୟାଲିଟି ସୋ ‘ବିଗ୍ ବସ୍ ୪’ ରେ ସାରା ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଲୋକପ୍ରିୟ ପାଲଟିଥିଲେ ଅଲି ମର୍ଚାଣ୍ଟ। ସେମାନଙ୍କ ବିବାହ ସେ ସମୟରେ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା, କିନ୍ତୁ ସୋ’ରୁ ବାହାରିବା ପରେ ଦୁହେଁ ଅଲଗା ହୋଇଥିଲେ। ସେମାନେ ୨୦୧୧ ମସିହାରେ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ, ଯାହା ପରେ ଅଲି ମର୍ଚାଣ୍ଟ ୨୦୧୬ରେ ଅନମଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଦ୍ୱିତୀୟ ବିବାହ ମଧ୍ୟ କାମ କରିନଥିଲା। କିନ୍ତୁ ଦେଖାଯାଉଛି ଯେ ଅଲି ମର୍ଚାଣ୍ଟ ପ୍ରେମ ଉପରୁ ନିଜର ଭରସା ହରାଇ ନାହାନ୍ତି। ବର୍ତ୍ତମାନ ସେ ଏକ ନୂତନ ସାଥୀ ପାଇଛନ୍ତି। ଅର୍ଥାତ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି।

୨୦୨୩ ମସିହାର ଅକ୍ଟୋବର ୧୮ ତାରିଖରେ, ଅଲି ମର୍ଚାଣ୍ଟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରେମିକା ଅନ୍ଦଲିବ୍‌ ଜୈଦିଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଥିଲେ। କ୍ଲିପ୍‌ରେ ଅଲି ଏବଂ ଅନ୍ଦଲିବଙ୍କୁ ଏକ ଜାହାଜରେ ଦେଖିବାକୁ ମିଳିଛି। ଭିଡିଓରେ ଅଲି ଆଣ୍ଠୁ ମାଡ଼ି ତାଙ୍କ ପ୍ରେମିକାଙ୍କ ହାତରେ ମୁଦି ପିନ୍ଧ‌ାଉଛନ୍ତି। ସେମାନେ ବସିଥିବା ଜାହାଜଟି ବୁର୍ଜ ଖଲିଫା ତଳେ ଥିଲା।

ଅଲି ଏବଂ ଅନ୍ଦଲିବ୍‌ ପରସ୍ପରଙ୍କୁ ଆଲିଙ୍ଗନ କରି ଭିଡିଓ ଶେଷରେ ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ସହିତ ଅଲି ଏକ ନୋଟ୍ ଲେଖିଥିଲେ। ସେଥିଲେ ଲେଖାଥିଲା, ‘ସେ ହଁ କହିଛନ୍ତି।’ ସାରାଙ୍କ ସହ ତାଙ୍କର ସମ୍ପର୍କ ଶେଷ କରିବା ପରେ ଅଲି ମର୍ଚାଣ୍ଟ ଦ୍ୱିତୀୟ ଥର ପାଇଁ କରିଥିବା ବିବାହ ଖୁବ୍ କମ୍‌ ଦିନ ପାଇଁ ତିଷ୍ଠିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button