ନୀତି

ଦୁର୍ଗାଷ୍ଟମୀରେ ଏହି ସବୁ ସାମଗ୍ରୀ ଘରକୁ ଆଣିଲେ ହୋଇଥାଏ ଶୁଭ – Utkal Mail


ନବରାତ୍ରୀ ସମୟରେ ପୂଜା କରି ଭକ୍ତମାନେ ମାତା ଦୁର୍ଗାଙ୍କର ଆଶୀର୍ବାଦ ପାଇଥାନ୍ତି। କୁହାଯାଏ ଯେ ଏହି ଦିନମାନଙ୍କରେ ଯିଏ ଦେବୀ ଦୁର୍ଗାଙ୍କୁ ପ୍ରକୃତ ହୃଦୟରେ ପୂଜା କରନ୍ତି, ଦେବୀ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ଉଲ୍ଲେଖ କରାଯାଇଛି ଯାହାକୁ ଘରକୁ ଅଣିଲେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ। ଆସନ୍ତୁ ଜାଣିବା ଦୁର୍ଗାଷ୍ଟାମୀ ଦିନ ଆପଣ କେଉଁ ଜିନିଷ ଘରକୁ ଆଣିଲେ ଆପଣଙ୍କ ଆର୍ଥିକ ଅବସ୍ଥା ସୁଧୁରିବ।

ଦୁର୍ଗା ଅଷ୍ଟମୀ ଦିନ, ଏକ ସ୍ବସ୍ତିକ ପ୍ରତୀକ ଘରକୁ ଆଣି  ଏହାକୁ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ। ସ୍ବସ୍ତିକ ଘର ପାଇଁ ବେଶ ଶୁଭ ହୋଇଥାଏ। ଏହା ଆପଣଙ୍କ ଆୟର ପଥରେ ଆସୁଥିବା ଅସୁବିଧାକୁ ସମାପ୍ତ କରିବ।

ଦୁର୍ଗା ଅଷ୍ଟମୀ ଦିନ, କୌଣସି ବି ରୂପା ଜିନିଷ ଘରକୁ ଆଣି ମାଆ ଦୁର୍ଗାଙ୍କୁ ଦିଅନ୍ତୁ। କୁହାଯାଏ ନବରାତ୍ରୀ ସମୟରେ ରୂପା ଜିନିଷ କିଣିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ରୂପା କିଣିବା ଦ୍ୱାରା ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।
ଦୁର୍ଗା ଅଷ୍ଟମୀ ଦିନ, ଏକ ମୟୂରପୁଛ ଘରକୁ ଆଣିବା ଭଲ। ଘରେ ମୟୂରପୁଛ ରଖିବା ଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟାର ସମାଧାନ ଘଟିବ।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ ଯେ ଚନ୍ଦନ ଥିବା ଘରର ପରିବେଶ ଅତ୍ୟନ୍ତ ଶୁଦ୍ଧ ଏବଂ ସକରାତ୍ମକ ହୋଇଥାଏ। ସକରାତ୍ମକତା ବଜାୟ ରଖିବା ଦ୍ୱାରା, ଆପଣଙ୍କର ଆର୍ଥିକ ପ୍ରଗତିର ସମ୍ଭାବନା ଅଧିକ ହୋଇଯାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button