ନୀତି

ଏଆଇର ଉପଯୋଗ କରି ଅନେକ ଫିଚର୍‌ ନେଇଆସୁଛି ୟୁଟ୍ୟୁବ୍‌, ସେଥିରୁ କେତେକ ଆପଣଙ୍କ ମନକୁ ଛୁଇଁଯିବ – Utkal Mail


ମୁମ୍ବାଇ: ୟୁଟ୍ୟୁବ୍‌ର ନୂଆ ଲୁକ୍‌ ଓ ନୂଆ ଫିଚର୍‌ ପାଇଁ ଏବେ ଯୋଜନା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରି ଅନେକ ଫିଚର ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନି ପ୍ରାୟ ୩୬ଟି ନୂଆ ଫିଚର ନେଇ ଆସୁଛି ବୋଲି ରିପୋର୍ଟରୁ ପ୍ରକାଶ ପାଇଛି। ଏହି ଫିଚର ମୋବାଇଲ୍‌, ଟ୍ୟାବ୍‌ ଓ ୱେବ୍‌ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଏବେ ଆମେ ୟୁଟ୍ୟୁବ୍‌ରେ ଯେତେବେଳେ ଭିଡିଓ ଫରୱାଡ୍‌ କରୁଛନ୍ତି ତ ଗୋଟାଏ କ୍ଲିକ୍‌ରେ ମାତ୍ର ୧୦ ସେକେଣ୍ଡ୍‌ ଆଗକୁ ଯାଉଛି। ମାତ୍ର ନୂଆ ଫିଚର ଆସିବା ପରେ ଏହି ସ୍ପିଡ୍‌ ଆହୁରି ବଢ଼ିଯିବ। ଗୋଟାଏ ଥର କ୍ଲିକ୍‌ରେ ଭିଡିଓ ୨ଏକ୍ସ ସ୍ପିଡ୍‌ରେ ଆଗକୁ ବଢ଼ିବ।

ଅନ୍ୟ ଏକ ଫିଚର୍‌ ବିଷୟରେ ଶୁଣିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ। ଏପରି ଅନେକ ଥର ହୋଇଥିବ, ଏକ ଗୀତର ସ୍ବର ଆପଣଙ୍କ ମନକୁ ବାରମ୍ବାର ଆସୁଥିବ ହେଲେ ଗୀତ ମନେପଡୁନଥିବ। ଏବେ ଏ ସମସ୍ୟାର ବି ସମାଧାନ ନେଇ ଆସୁଛି କମ୍ପାନି। ଏଥର ଆପଣ ଗୁଣୁଗୁଣୁ କରି ସେହି ଗୀତରୁ ଟିକେ ଗାଇଦେଲେ ଆପଣଙ୍କ ସାମ୍ନାକୁ ପୂରା ଗୀତ ପଳାଇ ଆସିବ।

ବେଳେ ବେଳେ ୟୁଟ୍ୟୁବ୍‌ରେ ଆମେ ପୂର୍ବରୁ ଦେଖୁଥିବା ଭିଡିଓଟି ଖୋଜିଲେ ସହଜରେ ପାଇନଥାନ୍ତି। ମାତ୍ର ଏଥର ଏକ ଡ୍ରାଗ୍‌ ଅପ୍‌ସନ ଜରିଆରେ ଆଖି ପିଛୁଳାକେ ଆପଣଙ୍କ ସମ୍ମୁଖରେ ହେବ ପୂର୍ବରୁ ଦେଖିଥିବା ଭିଡିଓ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button