ଦେଶ ବିଦେଶ

ସଂଜୟ ସିଂଙ୍କୁ ଝଟକା ! ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାକୁ ଖାରଜ କରି ହାଇକୋର୍ଟ  ମନ୍ତବ୍ୟ ଦେଇଛନ୍ତି ଯେ ରାଜନେତା ହୁଅନ୍ତୁ ବା ସାଧାରଣ ନାଗରିକ ସମସ୍ତଙ୍କ ପାଇଁ ଆଇନ ସମାନ।

ସଞ୍ଜୟ ସିଂହ ନିଜ ଗିରଫଦାରୀକୁ ଇଡି ବେଆଇନ ଘୋଷଣା କରିବାକୁ ଦାବି କରିଥିଲେ, ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ରାୟ ଶୁଣାଇଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ସଞ୍ଜୟ ସିଂହଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ସଂଜୟ ସିଂହଙ୍କ ଗିରଫଦାରୀ ନିୟମ ଅନୁଯାୟୀ ହୋଇଛି ।

ନିଜ ଆବେଦନରେ ସଂଜୟ ଦର୍ଶାଇଥିଲେ ଯେ ଇଡି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରିଛି । ଏହା ଉପରେ ହାଇକୋର୍ଟ କହିଛନ୍ତି ଯେ ଆମେ ଆବେଦନକାରୀଙ୍କ ଏହି ଯୁକ୍ତିରେ କୌଣସି ମତାମତ ଦେବୁ ନାହିଁ କାରଣ ଏହା ଅଦାଲତର ଅଧିକାରର ବିଷୟ ନୁହେଁ ।

ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଇଡି ଏକ ପ୍ରମୁଖ ତଦନ୍ତକାରୀ ଏଜେନ୍ସି ଏବଂ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତ ହେବା ଦେଶର ଭାବମୂର୍ତ୍ତିକୁ ପ୍ରଭାବିତ କରିପାରେ। ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦନୀତି ମାମଲାରେ ଆଉ ଜଣେ ଆପ ନେତା ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button