ଦେଶ ବିଦେଶ

କା ସାଙ୍ଗରେ ଇସ୍ତଫା ଦେଲେ ବହୁ ସଂଖ୍ୟକ କର୍ମଚାରୀ, ଟ୍ରେଣ୍ଡିଂ କରୁଛି : ଆରଆଇପି ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହ ଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି । ତା’ ପରଠାରୁ ଟ୍ୱିଟରରେ #ଆରଆଇପି ଟ୍ୱିଟର ଟ୍ରେଣ୍ଡ କରୁଛି । କାରଣ ଏଲନ ମସ୍କ ଭାରି ସଂଖ୍ୟାରେ କର୍ମଚାରୀଙ୍କ ଇସ୍ତଫା ଯୋଗୁ ଅସ୍ଥାୟୀ ରୂପେ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି।ଭାରିମାତ୍ରାରେ ଛଟେଇ ପରେ ଟ୍ୱିଟର ନିକଟରେ ଏବେ ମାତ୍ର ୩ହଜାର କର୍ମଚାରୀ ବଳକା ଅଛନ୍ତି। ଅକ୍ଟୋବର ଶେଷ ସପ୍ତାହରେ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା କାଳରେ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିଦେଇଥିଲେ । ବାକି କର୍ମଚାରୀ ଚାପରେ କାମ କରୁଥିବା ବେଳେ ମସ୍କଙ୍କ ବୁଧବାର ଇ-ମେଲ କର୍ମଚାରୀଙ୍କୁ କମ୍ପାନୀ ଛାଡିବାର ରାସ୍ତାକୁ ପ୍ରଶସ୍ତ କରିଦେଇଥିଲା । ମସ୍କ କର୍ମଚାରୀଙ୍କୁ ଟ୍ୱିଟରରେ ରହିବା ଲାଗି ହଁ କି ନା ଜଣାଇବା ନିମନ୍ତେ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ତା ପୂର୍ବରୁ କର୍ମଚାରୀମାନେ ‘ନୋ’ ବଟନ ଦବାଇ ନିଜକୁ ନିଜେ ଟ୍ୱିଟରରୁ ଦୂରେଇ ନେଇଛନ୍ତି।ଗୁରୁବାର ଅପରାହ୍ନ ୫ଟା ପୂର୍ବରୁ କର୍ମଚାରୀମାନେ ସେମାନଙ୍କ ଇସ୍ତଫା ଘୋଷଣା ଲାଗି ଟ୍ୱିଟରର ସାହାରା ନେଇଛନ୍ତି । ମସ୍କଙ୍କ ନୂଆ କାର୍ଯ୍ୟ ମାନଦଣ୍ଡ ପୁରଣ ଲାଗି ଗୁରୁବାର ଅପରାହ୍ନ ୫ଟା ଶେଷ ସମୟ ସୀମା ଥିଲା । ଏହାଛଡା କମ୍ପାନୀର ଅନ୍ତରୀଣ ମ୍ୟାସେଜିଂ ପ୍ଲାଟଫର୍ମ ‘ସ୍ଲେକ୍’ରେ ଅନେକ କର୍ମଚାରୀ ଟ୍ୱିଟରକୁ ଗୁଡବାଏ କହିଛନ୍ତି। କର୍ମଚାରୀମାନେ ଟ୍ୱିଟର ୨.୦ ସହ ରହିବାକୁ ସହମତ ହୋଇ ନାହାନ୍ତି। ଏଣୁ ଅନେକ କର୍ମଚାରୀ ଟ୍ୱିଟରରେ ସେମାନଙ୍କ କାର୍ୟ୍ୟକାଳ ୧.୦ ସହ ସମାପ୍ତ ହୋଇଯାଇଥିବା ସୂଚିତ କରି ଚାକିରୀରୁ ବାହାରି ଯାଇଛନ୍ତି।

ମସ୍କ ତାଙ୍କ ମେମୋରେ କର୍ମଚାରୀଙ୍କୁ ଲେଖିଥିଲେ ଯେ ଆଗକୁ ବଢି ଟ୍ୱିଟର ୨.୦କୁ ସଫଳ କରିବା ପ୍ରତିଯୋଗୀତାମୂଳକ ଦୁନିଆରେ ବାସ୍ତବିକ ଦୁରୁହ ବ୍ୟାପାର। ଏଥିଲାଗି ଆମକୁ କଠୋର ହେବାକୁ ପଡିବ। ଆବଶ୍ୟକ ପଡିଲେ ସପ୍ତାହକୁ ୪୦ ଘଣ୍ଟା କାମ କରିବାକୁ ପଡିବ । ଏଥିରେ ଯେଉଁମାନେ ସହମତ ସେମାନେ ଗୁରୁବାର ଅପରାହ୍ନ ୫ଟା ପୂର୍ବରୁ ‘ହଁ ‘ବଟନରେ କ୍ଲିକ୍‌ କରି ଟ୍ୱିଟର ୨.୦ ସହ ଆଗକୁ ଚାଲିବାକୁ କହିଥିଲେ। ତେବେ ଅଧିକାଂଶ କର୍ମଚାରୀ ‘ନୋ’ ବଟନରେ କ୍ଲିକ୍‌ କରି ଚାକିରୀ ଛାଡିଛନ୍ତି। କର୍ମଚାରୀଙ୍କ ସାମୂହିକ ଇସ୍ତଫା ପରେ ପ୍ଲାଟଫର୍ମର ମ୍ୟାନେଜିଂ ସେକ୍ରେଟାରୀ ଜୋ ସିଫର ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ଟ୍ୱିଟର କର୍ମଚାରୀଙ୍କୁ ସତର୍କ କରି ତତ୍କାଳ ସବୁ କାର୍ଯ୍ୟାଳୟ ଭବନକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି । ଏହାସହ ବୈଜ୍‌ ଏକ୍ସେସ୍‌କୁ ମଧ୍ୟ ସସପେଣ୍ଡ କରିଦିଆଯାଇଛି। ସେ କହିଛନ୍ତି ଯେ ଆମେ ଶୁଣୁଛୁ ଏଲନ ମସ୍କ ଓ ତାଙ୍କ ଟିମ୍‌ କର୍ମଚାରୀଙ୍କ ଏପରି ଇସ୍ତଫାରେ ଘାବରେଇ ଯାଇଛନ୍ତି । ଏଣୁ କାର୍ଯ୍ୟାଳୟ ଭଙ୍ଗାରୁଜା ଆଶଙ୍କା କରି ବିଲ୍ଡିଂଗୁଡିକୁ ଅସ୍ଥାୟୀ ବନ୍ଦ କରିଦେଇଛନ୍ତି । ଟ୍ୱିଟର କାର୍ଯ୍ୟାଳୟ ପୁଣି ନଭେମ୍ବର ୨୧ରୁ ଖୋଲିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button